ବାଲିପାଟଣା: ଭିଜିଲାନ୍ସ ପଞ୍ଝାରେ ବାଲିପାଟଣା ଉପ ନିବନ୍ଧକ କାର୍ଯ୍ୟାଳୟର ଜଣେ କର୍ମଚାରୀ । ଏକ ଟ୍ରଷ୍ଟର ରେଜିଷ୍ଟ୍ରେସନ କରାଇ ଦେବାକୁ ଲାଞ୍ଚୁଆ ବାବୁ ୪ ହଜାର ଟଙ୍କା ଦାବି କରିଥିଲେ । ସୂଚନା ଅନୁଯାୟୀ, ଉପ- ନିବନ୍ଧକ କନିଷ୍ଠ କିରାଣୀ ସୁକାନ୍ତ କୁମାର ସିଂ ପୂର୍ବରୁ ଏଥିପାଇଁ ପୂର୍ବରୁ ଦେଢ଼ ହଜାର ଟଙ୍କା ନେଇଥିଲେ। ଆଉ ବୁଧବାର ଅବଶିଷ୍ଟ ଅଢେଇ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ ଅଫିସ ଭିତରେ ମାଡ଼ି ବସିଥିଲା।
ସୁକାନ୍ତଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ମହେନ୍ଦ୍ର ସାହୁକୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଉଭୟଙ୍କୁ ଭିଜିଲାନ୍ସ ହେଫାଜତକୁ ନେବା ସହ ବାଲିପାଟଣା ଉପନିବନ୍ଧକ କାର୍ଯ୍ୟାଳୟରେ ଭିଜିଲାନ୍ସ ତନାଘନା କରୁଛି।