ମୁମ୍ଵାଇ ୧୭।୦୭; କମଲ ହାସନ ଦକ୍ଷିଣ ସିନେମାର ଜଣେ ପ୍ରବୀଣ ଅଭିନେତା। ସେ ୬ ଦଶନ୍ଧିରୁ ଅଧିକ ସମୟ ଧରି ସିନେ ପ୍ରେମୀଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ଅଭିନୟ ଜଗତ ବ୍ୟତୀତ କମଲଙ୍କର ରାଜନୀତିର କରିଡର ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରହିଛି। ସେ ଅନ୍ୟ ପାଞ୍ଚ ଜଣ ରାଜନେତାଙ୍କ ସହିତ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ପଦବୀ ପାଇଁ ଶପଥ ନେବା ପୂର୍ବରୁ, କମଲ ତାଙ୍କର ପ୍ରିୟ ବନ୍ଧୁ ଏବଂ ଦକ୍ଷିଣ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଛି।
புதிய பயணத்தை நண்பர் @rajinikanth உடன் பகிர்ந்தேன். மகிழ்ந்தேன். pic.twitter.com/n9R4HgsxlC
— Kamal Haasan (@ikamalhaasan) July 16, 2025
ଜୁଲାଇ ୨୫ ତାରିଖରେ, ମକ୍କଲ ନିଧି ମୟମ (MNM) ଦଳର ପ୍ରତିଷ୍ଠାତା ଏବଂ ସଭାପତି କମଲ ହାସନ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ, ସେ ତାଙ୍କ ବାସଭବନରେ ବରିଷ୍ଠ ଦକ୍ଷିଣ ସିନେମା ଅଭିନେତା ରଜନୀକାନ୍ତଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ କରିଥିଲେ। କମଲ ଏହି ସାକ୍ଷାତର ଫଟୋ ତାଙ୍କ ଅଫିସିଆଲ୍ X ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଯେଉଁଥିରେ ଉଭୟ ସୁପରଷ୍ଟାର ଏକାଠି ନଜର ଆସିଛନ୍ତି।
ଏହି ସମୟରେ, କମଲ ହାସନ ରଜନୀକାନ୍ତଙ୍କୁ ଏକ ସ୍ୱତନ୍ତ୍ର ଚିଠି ଏବଂ ଫୁଲ ପ୍ରଦାନ କରିଛନ୍ତି। ଏହି ଟ୍ୱିଟ୍ର କ୍ୟାପସନ୍ରେ ସେ ଲେଖିଛନ୍ତି - ମୋର ନୂତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ, ମୁଁ ମୋର ପ୍ରିୟ ବନ୍ଧୁ ରଜନୀକାନ୍ତଙ୍କୁ ଭେଟିଥିଲି। ଯାହା ମୋତେ ବହୁତ ଖୁସି କରିଥିଲା। ଏହିପରି ଭାବରେ, ଠଗ୍ ଲାଇଫ୍ ସିନେମା ଅଭିନେତା ତାଙ୍କର ଭାବନା ପ୍ରକାଶ କରିଛନ୍ତି। ପ୍ରଶଂସକମାନେ ମଧ୍ୟ କମଲଙ୍କ ଏହି ପୋଷ୍ଟକୁ ଲାଇକ୍ ଓ କମେଣ୍ଟ କରୁଛନ୍ତି।