ଟ୍ରମ୍ପଙ୍କୁ ଧକ୍କା : ୪୫ ଦିନ କାମ କଲାନି ଅସ୍ତ୍ର ବିରତି ଚୁକ୍ତି, କମ୍ବୋଡିଆ ଉପରେ ଥାଇଲାଣ୍ଡର ବୋମାବର୍ଷା

NEWS7
vidya-bharati-accused-of-acf-soumya-ranjan-death-case

ନୂଆଦିଲ୍ଲୀ, ୦୮/୧୨:ଫସର ଫାଟିଲା ଆମେରିକା ରାଷ୍ଟ୍ରପତିଙ୍କ ପ୍ଲାନ୍ । କାମ ଦେଲାନି ବଡ ବଡ କଥା । ଯୁଦ୍ଧ ରୋକିବା ପାଇଁ କରୁଥିବା ଦାବି ମିଛ ପ୍ରମାଣିତ ହେଲା । ଥାଇଲାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ପୁଣି ଥରେ ସଙ୍ଘର୍ଷ ପରେ ଟ୍ରମ୍ପଙ୍କ ଉଦ୍ୟମକୁ ଲାଗିଛି ଶକ୍ତ ଝଟକା । ଏହାସହ ନିଜକୁ ଶାନ୍ତିଦୂତ କହୁଥିବା ୟୁଏସ ପ୍ରେସିଡେଣ୍ଟଙ୍କ ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାନୁସାରେ, ଥାଇଲାଣ୍ଡ କମ୍ବୋଡିଆ ଉପରେ ସୀମା ବିବାଦକୁ ନେଇ ବୋମା ବର୍ଷଣ କରିଛି । ଏନେଇ ଥାଇସେନାର ମୁଖପାତ୍ର ମେଜର ଜେନେରାଲ ବିନ୍ଥାଇ ସୁବାରୀ କହିଛନ୍ତି । ଏହା ପୂର୍ବରୁ ଉଭୟ ଦେଶ ଅସ୍ତ୍ରବିରତିର ଉଲ୍ଲଙ୍ଘନ କରିଥିଲେ । କୁହାଯାଉଛି ଯେ, ଥାଇ ସେନା କମ୍ବୋଡିଆ ସୀମାରେ ଏଫ-୧୬ଯୁଦ୍ଧବିମାନକୁ ମୁତୟନ କରିଛି । ସେହିପରି ଓବୋନ୍ ରଚ୍ୟାଥାନୀ ଅଞ୍ଚଳର କିଛି ସ୍ଥାନରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ଏଥିରେ ଥାଇଲାଣ୍ଡର ଜଣେ ଯବାନ ପ୍ରାଣ ହରାଇଛନ୍ତି । ଏହାସହଜଣ ଆହତ ହୋଇଛନ୍ତି । ସୋମବାର ଓବୋନ୍ ପ୍ରାନ୍ତର ୟୁଆନ୍ ଜିଲ୍ଲାରେ ପ୍ରଥମେ କମ୍ବୋଡିଆ ପକ୍ଷରୁ ଗୁଳିମାଡ ହୋଇଥିଲା ।

ସେହିପରି ଥାଇଲାଣ୍ଡ କମ୍ବୋଡିଆ ଉପରେ ହିଂସାକୁ ଉସକାଉଥିବା ଅଭିଯୋଗ କରିଛି । ପ୍ରଥମେ ଥାଇଲାଣ୍ଡଡର ଆର୍ମୀ କମାଣ୍ଡର ସୀମାରେ ଉତ୍ତଜେନା ବାବଦରେ ସୂଚନା ଦେଇଥିଲେ । ନିୟମ ଅନୁସାରେ ଥାଇସେନା ଜବାବ ଦେଇଛି । ରବିବାର କମ୍ବୋଡିଆର ସେନା ଥାଇର ସି-ସା କ୍ୟାଟ୍ ପ୍ରାନ୍ତରେ ଆକ୍ରମଣ କରିଥିଲା

ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ଜୁଲାଇ ମାସରେ ଦେଖାଦେଇଥିବା ସୀମା ବିବାଦ ଯୁଦ୍ଧରେ ବଦଳିଥିଲା । ଯାହାପରେ ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମ୍ ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି କରିଥିଲେ । କ୍ୱାଲାଲମପୁରରେ ଗତ ଅକ୍ଟୋବରରେ ଥାଇଲାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ବୁଝାମଣା ହୋଇଥିଲା । ଯାହାର ସାକ୍ଷୀ ରହିଥିଲେ ନିଜେ ଟ୍ରମ୍ପ୍ ।କିନ୍ତୁଏହି ଅସ୍ତ୍ରିବରତି ଚୁକ୍ତି ଦୁଇ ମାସ ମଧ୍ୟ ଠିକସେ ଚାଲିପାରିନି ।