ମହାନଦୀ ଟ୍ରିବ୍ୟୁନାଲରେ କାର୍ଯ୍ୟକାଳ ୯ ମାସ ବୃଦ୍ଧି ହେଉ, କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

NEWS7
vaani-kapoor-will-be-seen-playing-the-role-of-ajays-wife

ଭୁବନେଶ୍ୱର ୦୪।୦୨: କାର୍ଯ୍ୟକାଳ ବଢାଇଲେ ଚିଠି ଲେଖିଲେ ରାଜ୍ୟ ସରକାର । ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାନଦୀ ବିବାଦର ସମାଧାନ ହେଉ । ଗଣତନ୍ତ୍ର ବ୍ୟବସ୍ଥାରେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ । ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ସମସ୍ୟା ସମାଧାନ ସମୟ ସାପେକ୍ଷ । କଥାବାର୍ତ୍ତା ମାଧ୍ୟମରେ ସମାଧାନର ସମାଧାନ କରିବୁ । ବିଧାନସଭାରେ ପୂର୍ବତନ ଜଳ ସଂପଦ ମନ୍ତ୍ରୀ ଯେଉଁ ଭୁଲ ତଥ୍ୟ ଦେଇଥିଲେ । ତାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି ଛତିଶଗଡ଼ ସରକାର । ତେଣୁ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବଢିବା ପରେ ସବୁ ସମସ୍ୟାର ସମାଧାନ ହୋଇଯିବ ।