WPL 2026: ଦ୍ଵିତୀୟ ଥର ଚାମ୍ପିଅନ ହେଲା ଆରସିବି, ଲଗାତାର ଚତୁର୍ଥ ଥର ଫାଇନାଲ୍‌ରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ

NEWS7
us-vice-president-jd-vance-arrives-in-india-for-first-official-visit

ଭଦୋଦରା: ଓ୍ଵିମେନ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ)ର ଚତୁର୍ଥ ସଂସ୍କରଣରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ରୋମାଞ୍ଚକର ଫାଇନାଲ୍ରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ଓ୍ଵିକେଟରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିଛି ଆରସିବି। ଅନ୍ୟପଟେ ଲଗାତାର ଚତୁର୍ଥ ଥର ଫାଇନାଲରେ ପହଞ୍ଚି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଚାମ୍ପିଅନ ହେବାର ସ୍ଵପ୍ନ ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ବିଶାଳ ୨୦୩ ରନ କରିଥିଲା।ଜବାବରେ ଅଧିନାୟକ ସ୍ମିତି ମନ୍ଧାନାଙ୍କ ବିସ୍ଫୋରକ ୮୭ ରନ ଏବଂ ଜର୍ଜିଅ ଭୋଲଙ୍କ ୭୯ ରନର ଇନିଂସ ବଳରେ ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି।

Updating...