ବାପାଙ୍କ ପାଇଁ ଫାଇନାଲରେ ଚାଲିଲା ବ୍ୟାଟ୍, ଦୁଇ ପଦ କଥା ଭରିଦେଲା ଆତ୍ମବିଶ୍ୱାସ : ଗର୍ଜିଲା ଅଭିଷେକଙ୍କ ବ୍ୟାଟ୍

NEWS7
us-couple-arrested-for-allegedly-selling-their-baby

ନୂଆଦିଲ୍ଲୀ, ୧୩ /୦୩: ସରିଛି ଟି୨୦ ବିଶ୍ୱକପ୍ । ଚାମ୍ପିଅନ୍ ହୋଇଛି ଭାରତ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ତେବେ ଫାଇନାଲରେ ଗର୍ଜନ କରିଥିଲା ଅଭିଷେକ ଶର୍ମାଙ୍କ ବ୍ୟାଚ୍ । ଟୁର୍ଣ୍ଣାମେଣ୍ଟ ସାରା ତାଙ୍କ ବ୍ୟାଟ୍ ନିରବ ରହିଥିଲା । ହେଲେ ଫାଇନାଲରେ ସେ ଖେଳିଥିଲେ ବିସ୍ଫୋରକ ପାଳି । ଯାହା ଟିମ୍ ଇଣ୍ଡିଆକୁ ଭଲ ଷ୍ଟାର୍ଟ୍ ଦେବାରେ ସକ୍ଷମ ହୋଇଥିଲା ।

ବାରମ୍ବାର ବିଫଳତା ପରେ ନିରାଶ

ତେବେ ଅଭିଷେକ ଶର୍ମା ବାରମ୍ବାର ବିଫଳ ହେଲା ପରେ ନିରାଶ ହୋଇଯାଇଥିଲେ । ସେ ଫାଇନାଲରେ ଖେଳିବେ ନା ନାହିଁ ସେନେଇ ସସପେନ୍ସ ଲାଗି ରହିଥିଲା । ତଥାପି କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅଭିଷେକଙ୍କୁ ଭରସା କରିଥିଲେ ।

ଏହି ଖବରଟି ପଢନ୍ତୁ...#us_iran_war : 'ଆଜି ଇରାନରେ କ'ଣ ହେବ ସମସ୍ତେ ଦେଖିବେ' ! ତେହେରାନକୁ ଧମକ ଆଉ ଚେତାବନୀ ଦେଲେ ଟ୍ରମ୍ପ୍, କହିଲେ...

ବାପାଙ୍କ ଦୁଇପଦ କଥା

ଅଭିଷେକଙ୍କ ପାଇଁ ସହଜ ନଥିଲା ଟି୨୦ ବିଶ୍ୱକପ୍ । ତାଙ୍କ ବାପାଙ୍କ କିଛି ପଦ କଥା ହିଁ ଫାଇନାଲର ମୋଡ଼ ବଦଳାଇ ଦେଇଥିଲା । ବାପା ଏପରି କିଛି କହିଥିଲେ ଯାହା ଅଭିଷେକଙ୍କ ମନୋବଳ ବଢାଇଥିଲା । ଏନେଇ ନିଜେ ଅଭିଷେକଙ୍କ ବାପା ରାଜ କୁମାର ଶର୍ମା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ରାଜ ଶର୍ମା କହିଛନ୍ତି ଯେ, ସେ ଏବଂ ଅଭିଷେକ ନେଟ୍ସ ପ୍ରାକ୍ଟିସ୍ ବେଳେ କିଛି ସମୟ ଧରି ଆଲୋଚନା କରିଥିଲେ । ଆରମ୍ଭରୁ ସେମାନେ ବେଶି ସମୟ କଥା ହେବାକୁ ସମୟ ପାଉନଥିଲେ । କିନ୍ତୁ ଫାଇନାଲ ପୂର୍ବରୁ ବ୍ୟସ୍ତ ହୁଅ ନାହିଁ । ଶୀଘ୍ର ଏହି ଖରାପ ସମୟ ଚାଲିଯିବ ବୋଲି ସେ ଅଭିଷେକଙ୍କୁ କହିଥିଲେ । ସବୁ ଖେଳାଳିଙ୍କ ଜୀବନରେ ଏମିତି ସମୟ ଆସିଥାଏ । କିନ୍ତୁ ସବୁଦିନ ପାଇଁ ଖରାପ ସମୟ ରହେନି । ଏତିକି କଥା ଅଭିଷେକଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଥିଲା ।

ସୂଚନାଯୋଗ୍ୟ, ଅଭିଷେକ ଟି୨୦ କ୍ରିକେଟରେ ନମ୍ବର ଓ୍ୱାନ୍ ବ୍ୟାଟସମ୍ୟାନ୍ । କିନ୍ତୁ ଟି୨୦ ବିଶ୍ୱକପରେ ସେ ଆରମ୍ଭରୁ ଲଗାତାର ତିନି ଥର ବିନା କୌଣସି ରନରେ ଆଉଟ୍ ହୋଇଥିଲେ । ଏହାପରେ ଜିମ୍ବାଓ୍ୱେ ବିପକ୍ଷରେ ତାଙ୍କ ବ୍ୟାଟରୁ କିଛି ରନ୍ ବାହାରିଥିଲା । ହେଲେ ସେମିରେ ଇଂଲଣ୍ଡ ବିପକ୍ଷରେ ପୁଣି ନିରାଶ କରିଥିଲେ । କିନ୍ତୁ ଫାଇନାଲରେ ସେ ସବୁ ପଛ କଥା ଏବଂ ଅଲେଡା ରେକର୍ଡକୁ ଭୁଲି ବ୍ୟାଟିଂ କରିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ ।