ଆମେରିକାରେ F-35 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ପାରାଚ୍ୟୁଟ୍ ସହ ଡେଇଁ ପଡ଼ିଲେ ପାଇଲଟ୍

Published By : Prameya-News7 Bureau | July 31, 2025 IST

କାଲିଫର୍ଣ୍ଣିଆ,୩୧/୦୭: ଆମେରିକାର କାଲିଫର୍ଣ୍ଣିଆରେ ନୌସେନାର F-35 ଲଢ଼ୁଆ ବିମାନ ଦୁର୍ଘଟଣା ହୋଇଛି। ଏହି ଲଢ଼ୁଆ ବିମାନ ନାଭାଲ ଏୟାର ଷ୍ଟେସନ ଲେମୁରରେ ଘଟିଛି । ନୌସେନା ପକ୍ଷରୁ ବିମାନ ଦୁର୍ଘଟଣା ନେଇ ସ୍ପଷ୍ଟ କରିଛି । ବୁଧବାର ଭୋର ପ୍ରାୟ ୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି । 


ନୌସେନା ଏକ ବିବୃତ୍ତିରେ କହିଛି ଯେ ଦୁର୍ଘଟଣା ସମୟରେ ପାଇଲଟ୍ ଜୀବନ ବଞ୍ଚାଇବାକୁ ପାରାଚ୍ୟୁଟ୍ ସହ ଡେଇଁପଡିଥିଲେ । ଫଳରେ ପାଇଲଟଙ୍କ ଜୀବନ ବଞ୍ଚିଯାଇଛି । ଏବେ ସେ ସୁରକ୍ଷିତ ଅଛନ୍ତି। ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । 

ନୌସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି, ଯେ ଏହି ବିମାନ ଫାଇଟର ସ୍କ୍ୱାର୍ଡନ୍ VF-୧୨୫ ରଫ୍ ରାଇଡର୍ସର ଅଂଶ ଥିଲା। ଏହି ୟୁନିଟ୍ ଏକ ଫ୍ଲିଟ୍ ରିପ୍ଲେସମେଣ୍ଟ ସ୍କ୍ୱାର୍ଡନ୍ ଭାବରେ କାର୍ଯ୍ୟ କରେ । ଯାହାର ମୁଖ୍ୟ କାମ ପାଇଲଟ୍ ଓ ଏୟାରକ୍ରୁଙ୍କୁ ତାଲିମ ଦେବା ।

  • Plane Crash
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.