LIVE TV

ପାକିସ୍ତାନର ପୁଟିନ ବିରୋଧୀ ଷଡଯନ୍ତ୍ର : ଚେତାବନୀ ଦେଲା ଋଷ୍

NEWS7
us-air-force-secretary-frank-kendall-says-indian-defence-attache-has-unescorted-access-to-pentagon

ନୂଆଦିଲ୍ଲୀ, ୦୭|୧୧  :  ପାକିସ୍ତାନ ଉପରେ ଖପ୍ପା ଋଷ । ସତର୍କ ରହିବାକୁ ଦେଲା ଧମକ । ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟ ଏବେ ଋଷ ପାକିସ୍ତାନକୁ ଚେତାବନୀ ଦେଇଛି । ପାକିସ୍ତାନର ଏକ ଖବର କାଗଜରେ ଭୁଲ ତଥ୍ୟ ଏବଂ ରିପୋର୍ଟ ସହ ଏକ ପାଖିଆ ଖବର ପ୍ରକାଶକୁ ଜୋରଦାର ବିରୋଧ କରାଯାଇଛି । ଏନେଇ ଋଷ ଦୂତାବାସ କଡା ଭାଷାରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି ।

ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନବାସୀ ଏପରି ମିଛ ଖବର ଉପରେ ଭରସା ନକରନ୍ତୁ । ସରକାରୀ ଭାବେ ସଠିକ ତଥ୍ୟର ତଦାରଖ କରନ୍ତୁ । ମିଛ ଖବର କାଗଜରୁ ଦୂରରେ ରୁହନ୍ତୁ । ଏପରି ଖବର କିଛି ବାହାର ଦେଶର ସ୍ବାର୍ଥକୁ ନଜରରେ ରଖି କରାଯାଇଛି ।

ଆହୁରି କୁହାଯାଇଛି ଯେ, ପାକିସ୍ତାନର ଦି ଫ୍ରଣ୍ଟିଅର୍ ପୋଷ୍ଟରେ ଏକ ଖବର ପ୍ରକାଶ ପାଇଛି । ଯାହା ସମ୍ପୂର୍ଣ୍ଣ ଭାବେ ଋଷ ବିରୋଧୀ । ଏହି ଖବରକାଗଜକୁ ପାକିସ୍ତାନୀ କହିବା କଷ୍ଟକର । କାରଣ ଏହାର ମୁଖ୍ୟାଳୟ ଓ୍ୱାସିଂଟନରେ ଅଛି । ଆମେରିକୀୟ ଟିମ୍ ଖବରକାଗଜ ଉପରେ କଡା ନଜର ରଖିଥାଏ । ଏଥିରେ ସଦାବେଳେ ଋଷକୁ ବିରୋଧ କଲାଭଳି ଲେଖା ପ୍ରକାଶ ପାଇଥାଏ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନେକ ସମୟରେ ଲେଖା ମାଧ୍ୟମରେ ଟାର୍ଗେଟ୍ କରାଯାଉଛି ।

ଖବର କାଗଜର ଅନ୍ତର୍ଜାତୀୟ ପେଜରେ ଋଷ ସପକ୍ଷରେ ଗୋଟିଏ ହେଲେ ଖବର ପ୍ରକାଶ ପାଉନାହିଁ । ସ୍ବାଧିନତା ଅଧିକାରକୁ ଏଥିରେ ସମ୍ପୂର୍ଣ୍ଣ ଭାବେ ଅପପ୍ରୟୋଗ କରାଯାଉଛି । ଆମେରିକା ଏବଂ ୟୁରୋପୀୟ ଦେଶର ପ୍ରଚାର ପ୍ରସାର ହେଉଛି । ଅକ୍ଟୋବର ୭ ତାରିଖରେ ଆଫଗାନିସ୍ତାରେ ଋଷିଆର ଏକ କାର୍ଯ୍ୟକ୍ରମ ଥିଲା । କିନ୍ତୁ ଖବରକାଗଜରେ ଏହା ପ୍ରକାଶ ପାଇନଥିଲା । ଲଗାତାର ଭାବେ ଋଷକୁ ଆର୍ଥିକ ସ୍ତରରେ ଏକ ଦୁର୍ବଳ ଦେଶ ଭାବେ ଚିତ୍ରିତ କରାଯାଉଛି ଯାହା ଠିକ୍ ନୁହେଁ ବୋଲି ଦୂତାବାସ କହିଛି ।

ସେପଟେ ଖବରକାଗଜରେ ଲଗାତାର ଭାବେ ପୁଟିନ ବିରୋଧୀ ଖବର ଆସୁଛି । କିନ୍ତୁ ସବୁ ଜାଣି ପାକିସ୍ତାନ ସରକାର ଏହା ବିରୋଧରେ ପଦକ୍ଷେପ ନେଇ ନାହାଁନ୍ତି । ଯାହା ଆଗାମୀ ଦିନରେ ଦୁଇ ଦେଶର ସମ୍ପର୍କ ଖରାପ କରିବ ବୋଲି ବିଶେଷଜ୍ଞ କହିଛନ୍ତି ।