Live Live
LIVE

Iran War: ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପ ପ୍ରଶାସନରେ ଫାଟ, ଇସ୍ତଫା ଦେଲେ ଶୀର୍ଷ ଗୁଇନ୍ଦା ଅଧିକାରୀ

NEWS7
urvashi-rautela-cuts-24-carat-gold-cake

ନୂଆଦିଲ୍ଲୀ: ଇରାନ୍ ଉପରେ ଆକ୍ରମଣ କରି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସିତ ହେବାକୁ ଇଚ୍ଛା କରୁଛନ୍ତି । କିନ୍ତୁ ତାଙ୍କ ନିଜ ଅଧିକାରୀମାନେ ତାଙ୍କର ହାତ ଛାଡ଼ୁଥିବା ଦେଖିବାକୁ ମିଳିଛି । ଇରାନ୍ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ପ୍ରଶାସନ ଭିତରେ ମତଭେଦ ସୃଷ୍ଟି ହୋଇଛି । ଏବେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରି ଦେଶର କାଉଣ୍ଟର ଟେରୋରିଜିମ୍ କେନ୍ଦ୍ରର ମୁଖ୍ୟ ଜୋ କେଣ୍ଟ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ରରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସେ ଖୋଲା ବିରୋଧ କରିଛନ୍ତି । ଏପରିକି ଟ୍ରମ୍ପଙ୍କୁ ସମର୍ଥନ କଲେ, ତାଙ୍କୁ ତାଙ୍କ ବିବେକ ବାଧା ଦେଉଛି ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ଜୋ କେଣ୍ଟ ।

ଜୋ କେଣ୍ଟଙ୍କ ବିସ୍ଫୋରକ ଦାବି

Also Read: ସମୁଦ୍ରରେ ୩୦ ଘଣ୍ଟା ଧରି ଜଳିଲା ଆମେରିକାର ବାହୁବଳୀ, ସବୁ ଛାରଖାର !

ଜୁନ୍ ୨୦୨୫ ପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜୀବନ ହାନୀ କରିବା ସହ ଦେଶର ସଂପତ୍ତି ନଷ୍ଟ କରୁଛି ବୋଲି ଟ୍ରମ୍ପ କହିଥିଲେ । କିନ୍ତୁ ତାପରେ ଟ୍ରମ୍ପଙ୍କ ନୀତି ନୈତିକତାରେ ପରିବର୍ତ୍ତନ ଆସିଛି ବୋଲି ଇସାରା କରିଛନ୍ତି କେଣ୍ଟ । ସେ ଦାବି କରିଛନ୍ତି ଯେ, ଜୁନ୍ ୨୦୨୫ ପର୍ଯ୍ୟନ୍ତ ଟ୍ରମ୍ପ ବିଶ୍ବାସ କରୁଥିଲେ ମିଡିଲ୍ ଇଷ୍ଟରେ ଯୁଦ୍ଧ ଧନଜୀବନ ବରବାଦ କରୁଛି । କିନ୍ତୁ ପରେ ଇସ୍ରାଏଲର କିଛି ନେତା ଏବଂ ଆମେରିକା ମିଡିଆ ଜଗତର କିଛି ଶକ୍ତିଶାଳୀ ଲୋକ ଇରାନ୍ ଉପରେ ଆକ୍ରମଣ କରାଇବାକୁ ରାଷ୍ଟ୍ରପତିଙ୍କୁ ଉସୁକାଇଥିଲେ । ୭୯ ବର୍ଷୀୟ ରାଷ୍ଟ୍ରପତିଙ୍କୁ ଉସୁକାଇ ଯୁଦ୍ଧ ଆରମ୍ଭ କରିବାକୁ ଏକ ଇକୋ ଚ୍ୟାମ୍ବର ତିଆରି କରାଯାଇଥିଲା । ଏଭଳି କରି ରାଷ୍ଟ୍ରପତିଙ୍କୁ ବିଶ୍ବାସ କରିବାକୁ ବାଧ୍ୟ କରାଯାଇଥିଲା ଯେ, ଇରାନ୍ ଆମେରିକା ପାଇଁ ଏକ ବଡ଼ ବିପଦ ଏବଂ ଇରାନ୍ ଉପରେ ଆକ୍ରମଣ କରିବା ଜରୁରୀ ।

 

ଟ୍ରମ୍ପ କହିଲେ- ଭଲ ହୋଇଛି

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜୋ କେଣ୍ଟଙ୍କ ଇସ୍ତଫା ନିଷ୍ପତ୍ତି ଦେଶ ପାଇଁ ଭଲ ବୋଲି କହିଛନ୍ତି । ସୁରକ୍ଷାକୁ ନେଇ ସେ (କେଣ୍ଟ) ଦୁର୍ବଳ ଥିଲେ ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି । ଇରାନ୍ ଉପରେ ଆକ୍ରମଣ ଆମେରିକା ହିତରେ ନୁହେଁ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନଙ୍କୁ ଆମେ ଚାହୁଁନାହୁଁ ବୋଲି ମଙ୍ଗଳବାର ଗଣମାଧ୍ୟକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି । କେଣ୍ଟ ଇସ୍ତଫା ଦେବାର କିଛି ଘଣ୍ଟା ପରେ ଡୋନାଲ୍ଡ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି । କେଣ୍ଟ ନିଜର ଇସ୍ତଫା ପତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଇରାନ ଯୁଦ୍ଧକୁ ବିରୋଧ କରି ଟ୍ରମ୍ପଙ୍କ ପ୍ରଶାସନରୁ ପ୍ରଥମ ଶୀର୍ଷ ଅଧିକାରୀ ଭାବରେ କେଣ୍ଟ ଇସ୍ତଫା ଦେଇଛନ୍ତି ।