ରାଜ୍ୟ ପରିଷଦ ସଦସ୍ୟକୁ ନେଇ ବିଜେଡିରେ ବିଦ୍ରୋହ, ସଞ୍ଜୟଙ୍କୁ ଘେରିଲେ ଅମରେଶଙ୍କ ସମର୍ଥକ

Published By : Prameya-News7 Bureau | April 22, 2025 IST

ଭୁବନେଶ୍ୱର ୨୨/୦୪: ସଞ୍ଜୟଙ୍କୁ ଘେରିଲେ ଅମରେଶଙ୍କ ସମର୍ଥକ । ରାଜ୍ୟ ପରିଷଦ ସଦସ୍ୟକୁ ନେଇ ବିଜେଡିରେ ବିଦ୍ରୋହ । ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଘେରିଛନ୍ତି ଭୁବନେଶ୍ବର ବିଜେଡିର ଏକ ବଡ଼ ଗୋଷ୍ଠୀ । 

ବିଜେଡିର ଟାଣୁଆ କର୍ପୋରେଟର ଅମରେଶ ଜେନାଙ୍କ ଶତାଧିକ ସମର୍ଥକ ରାତି ଅଧରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଘେରିଛନ୍ତି । ସଞ୍ଜୟଙ୍କ ଖାରବେଳନଗର ସ୍ଥିତ ବାସଭବନରେ ପହଞ୍ଚି ପ୍ରବଳ ହୋହଲ୍ଲା କରିଛନ୍ତି । ରାଜ୍ୟ ପରିଷଦ ସଦସ୍ୟ ତାଲିକାରୁ ଅମରେଶଙ୍କ ନାମ ବାଦ୍ ପଡ଼ିବା ପଛରେ ସଞ୍ଜୟଙ୍କ ହାତ ଥିବା ସେମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.