ବିଜେଡିକୁ ସୁଦୃଢ କରିବୁ, ସଂଗଠନକୁ ମଜବୁତ କରିବୁ ; ବିଭିନ୍ନ ଜିଲ୍ଲା, ବ୍ଲକରେ କମିଟି ଗଠନ କରିବୁ

NEWS7
up-conductor-sacked-after-stopping-bus-for-namaz-end-his-life-in-depression

ଭୁବନେଶ୍ବର ୨୩।୧୨: ଶଙ୍ଖ ଭବନରେ ବିଜେଡି ମହିଳା ନେତ୍ରୀ । ବିଜେଡିକୁ ସୁଦୃଢ କରିବା ତଥା ସଂଗଠନକୁ ମଜବୁତ୍ କରିବା ପାଇଁ ପାର୍ଟି ଅଫିସ୍ ଆସିଛୁ । ବିଭିନ୍ନ ଜିଲ୍ଲା, ବ୍ଲକରେ କମିଟି ଗଠନ କରିବୁ । ମହିଳା ସଂଗଠନ ଆହୁରି କିଭଳି ସୁଦୃଢ ହେବ ସେନେଇ ଆଲୋଚନା ହେବ ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ସେ ଆହୁରି କହିଛନ୍ତି ଦଳ ସମର୍ପିତ ରହିଛୁ । ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଛି । ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଛି । କିନ୍ତୁ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ଭଣ୍ଡେଇକି ସରକାରକୁ ଆସିଥିଲେ ଏବେ ଲୋକଙ୍କୁ ବୁଝୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଆଜି ନବୀନ ବାବୁ ମୁଖ୍ୟମନ୍ତ୍ରୀ ନାହାନ୍ତି ସତ କିନ୍ତୁ ସାଧାରଣ ଲୋକଙ୍କ ଠାରୁ ନେତା ସମସ୍ତେ ଭେଟିବେ ।

ସଂଗଠନକୁ ସୁଦୃଢ କରିବା ପାଇଁ ମିଟିଂ ହୁଏ । ଆଜି ବି ଲୋକଙ୍କ ମୁଖ୍ୟ ଦଳ ହେଉଛି ବିଜେଡି । ଆମର କେଉଁଠି ଗୋଟେ ତ୍ରୁଟି ପାଇଁ ଆମେ ନିର୍ବାଚନରେ ହରିଲୁ ସତ କିନ୍ତୁ ଭଲ ହେଲା, ଆମେ ଅନ୍ତତଃ ସତ ଜାଣିଲୁ । ଆଜି ବି ନବୀନଙ୍କୁ ଝୁରିଛନ୍ତି ଲୋକେ । ବିଜେଡି ବିରୋଧୀ ଦଳ ହିସାବରେ ତଥା ଓଡ଼ିଶାବାସୀଙ୍କ ଶକ୍ତି ହିସାବରେ ଅଛି । ଆମେ ମହିଳା ସୁରକ୍ଷା ପାଇଁ ଛିଡା ହେବୁ । ଓଡ଼ିଶାର ବିକାଶ ହିଁ ଆମର ମୁଖ୍ୟ ଉଦ୍ଦେଶ୍ୟ । କିଏ କ’ଣ କହିଲା ମୁଁ କିଛି ଟିପ୍ପଣୀ ଦେବିନି । କିନ୍ତୁ ମୁଁ ଅପେକ୍ଷା କରିଛି ବିଜେଡି କେବେ ଫେରିବ ବୋଲି ଅପେକ୍ଷା କରିଛି । ଏଇଟା ହିଁ ବିଜେଡିର ଫୋକସ ।

ବିଜେପି ସରକାର ଓଡ଼ିଶାବାସୀଙ୍କ ପ୍ରତି ସଜାଗ ନାହାନ୍ତି । ଦେଢ଼ ବର୍ଷ ହେବ ବିଜେପି ଆସିକି ମଧ୍ୟ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନି । ଲୋକେ ଖୁସି ନାହାନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।