ନୂଆଦିଲ୍ଲୀ ୦୯।୦୬: କ୍ରିକେଟକୁ କୁହାଯାଏ ଅନିଶ୍ଚିତତାର ଖେଳ । ଭାଗ୍ୟ କେବେ ଏବଂ କିପରି ପରିବର୍ତ୍ତନ ହୁଏ ତାହା କେହି ଅନୁମାନ କରିପାରିପାରନ୍ତି । ବିଗ୍ କ୍ରିକେଟ୍ ଲିଗର ଏମପି ଟାଇଗର୍ସ ଏବଂ ୟୁପି ବ୍ରିଜ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଜଣେ ବ୍ୟାଟ୍ସର ବୋଲ୍ଡ ହେବା ପରେ ମଧ୍ୟ ଆଉଟ୍ ହୋଇନଥିଲେ । ଏହାପରେ ସେ ତାଙ୍କର ଶତକ ମଧ୍ୟ ପୂରଣ କରିଥିଲେ। ବାସ୍ତବରେ ଘଟଣାଟି ସୁରଟରେ ଖେଳାଯାଉଥିବା ବିଗ୍ କ୍ରିକେଟ ଲିଗ୍ର ୬ଷ୍ଠ ମ୍ୟାଚ୍ର । ଯାହା ସୋସିଆଲ ମିଡିଆରେ ହୋଇଥିଲା ବେଶ୍ ଭାଇରାଲ ।
ମ୍ୟାଚରେ, ଏମପି ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ସାକେତ ଶର୍ମା ଏବଂ ପବନ ନେଗିଙ୍କ ବିସ୍ଫୋରକ ଇନିଂସ ସହିତ ୨୩୯ ରନର ଏକ ବିଶାଳ ସ୍କୋର କରିଥିଲା। ଏମପି ବିପକ୍ଷରେ ମ୍ୟାଚରେ ୟୁପି ବ୍ରିଜ୍ ବହୁତ ଖରାପ ଆରମ୍ଭ କରିଥିଲା । ଉଭୟ ଓପନର ୧୦ ରନ ମଧ୍ୟ ଯୋଡି ପାରିନଥିଲେ ଏବଂ ଆଉଟ ହୋଇଥିଲେ । କିନ୍ତୁ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଚିରାଗ ଗାନ୍ଧୀ ଏହି ଦାୟିତ୍ୱ ନେଇଥିଲେ।
ବ୍ୟାଟିଂରେ ଚିରାଗଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ୟୁପି ପାଇଁ ନିଜର ଚମକ ଦେଖାଇ ପାରିନଥିଲେ । ଗୋଟିଏ ପାର୍ଶ୍ୱରୁ ୟୁପି ୱିକେଟ୍ ପଡ଼ିବାରେ ଲାଗିଥିଲା, କିନ୍ତୁ ଚିରାଗ ଅନ୍ୟ ପାର୍ଶ୍ୱରୁ ଜୋରଦାର ବ୍ୟାଟିଂ କରି ଚାଲିଥିଲେ । କ୍ରମାଗତ ୱିକେଟ୍ ପତନ ମଧ୍ୟରେ ୟୁପିର ପରାଜୟ ନିଶ୍ଚିତ ଥିଲା । କିନ୍ତୁ ମ୍ୟାଚ୍ରେ ମୋଡ଼ ସେତେବେଳେ ଆସିଲା ଯେତେବେଳେ ଚିରାଗ ଗାନ୍ଧୀଙ୍କୁ ପବନ ନେଗି ୯୮ ରନ ସ୍କୋରରେ ବୋଲ୍ଡ କଲେ । ବଲ୍ ୱିକେଟ୍ ସହିତ ବାଜିବା ମାତ୍ରେ ୟୁପିର ସମସ୍ତ ଆଶା ଭାଙ୍ଗିଗଲା । କିନ୍ତୁ ତା’ପରେ କିଛି ଚମତ୍କାର ଘଟିଲା ଯାହା ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ । ବାସ୍ତବରେ ଯେତେବେଳେ ବଲ୍ ୱିକେଟ୍ ସହିତ ବାଜିଲା, ବେଲ୍ ପବନକୁ ଉଠିଲା, କିନ୍ତୁ ତାପରେ ବେଲ୍ ଆସି ୱିକେଟ୍ ଉପରେ ହିଁ ଅଟକିଗଲା।
ଏପରି ପରିସ୍ଥିତିରେ ଚିରାଗ ୱିକେଟ୍କିପରଙ୍କୁ କହିଥିଲେ ଯେ ବେଲ୍ଗୁଡ଼ିକ ୱିକେଟ୍ରୁ ଖସିନାହିଁ । ଅମ୍ପାୟାର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କିନ୍ତୁ ନିୟମ ଅନୁସାରେ ବୋଲର ଏଠାରେ ନିରାଶ ହୋଇଥିଲେ । ଭାଗ୍ୟବଶତଃ ଚିରାଗ ଗାନ୍ଧୀ ଆଉଟ୍ ହେବାରୁ ବର୍ତ୍ତି ଯାଇଥିଲେ । ଏହା ପରେ ଚିରାଗ ନିଜର ଶତକ ପୂରଣ କରିଥିଲେ । କିନ୍ତୁ ତାଙ୍କ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ କେବଳ ୧୬୮ ରନ କରିପାରିଥିଲା । ଯେଉଁଥିପାଇଁ ଏମ୍ପି ଟାଇଗର୍ସ ୭୧ ରନରେ ମ୍ୟାଚ୍ ଜିତିଥିଲା।