ପତ୍ନୀଙ୍କ ସହମତି ବିନା ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅପରାଧ ନୁହେଁ, ଛତିଶଗଡ଼ HCଙ୍କ ବଡ଼ ଟିପ୍ପଣୀ

Published By : Prameya-News7 Bureau | February 12, 2025 IST

ରାୟପୁର: ପତ୍ନୀ ସହ ଶାରୀରିକ ସଂପର୍କ ରଖିବା ଏକ ମାମଲାରେ ଛତିଶଗଡ଼ ହାଇକୋର୍ଟ ବୁଧବାର ବଡ଼ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଯେ, କୌଣସି ସାବାଳିକା ପତ୍ନୀଙ୍କ ସହମତି ବିନା ତାଙ୍କ ସହ ଯୌନ ସଂପର୍କ ରଖିବାକୁ ଦୁଷ୍କର୍ମ କିମ୍ବା ଅପ୍ରାକୃତିକ ଯୌନ ସମ୍ବନ୍ଧ କୁହାଯାଇ ପାରିବ ନାହିଁ। ଏମିତି ମାମଲାରେ ସ୍ଵାମୀଙ୍କ ବିରୋଧରେ ଦୁଷ୍କର୍ମ କେସ୍‌ର ଅଭିଯୋଗ ଲାଗି ପାରିବ ନାହିଁ। 

ଲାଇଭ ଲର ରିପୋର୍ଟ ଅନୁସାରେ ଜଷ୍ଟିସ ନରେନ୍ଦ୍ର କୁମାର ବ୍ୟାସଙ୍କ ଜଣିକିଆ ପୀଠ କହିଛନ୍ତି ଶାରୀରିକ ସଂପର୍କ ରଖିବା କିମ୍ବା ଅପ୍ରାକୃତିକ ଯୌନ ସମ୍ବନ୍ଧରେ ପତ୍ନୀଙ୍କ ସହମତି ମହତ୍ଵ ବହନ କରେ ନାହିଁ। ଏହି ନିଷ୍ପତ୍ତି ପରେ ଅଦାଲତ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ ଓ ୩୭୭ ଆଧାରରେ ସ୍ଵାମୀକୁ ସମସ୍ତ ଅଭିଯୋଗରୁ ମୁକ୍ତ କରିବା ସହ ଜେଲ୍‌ରୁ ତତ୍କାଳ ଛାଡ଼ିବାକୁ ଆଦେଶ ଦେଇଛନ୍ତି।

ବିଚାରପତି ନରେନ୍ଦ୍ର କୁମାର ବ୍ୟାସଙ୍କ ଜଣିକିଆ ପୀଠ କହିଛନ୍ତି ଯେ, ଯୌନ ସମ୍ବନ୍ଧ କିମ୍ବା ଅପ୍ରାକୃତିକ ସଂଭୋଗରେ ପତ୍ନୀଙ୍କ ସହମତିକୁ ମହତ୍ଵହୀନ ବିବେଚନା କରାଯିବ। ପୀଠ କହିଛନ୍ତି, ଏହା ସ୍ପଷ୍ଟ ଯେ ଯଦି ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ ହୋଇ ନ ଥିବ ତେବେ ପତି ଦ୍ଵାରା ନିଜ ପତ୍ନୀଙ୍କ ସହ କରାଯାଇଥିବା କୌଣସି ବି ଯୌନ ସମ୍ବନ୍ଧକୁ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ। 

କୋର୍ଟ ଏହା ମଧ୍ୟ କହିଛନ୍ତି, ଅପ୍ରାକୃତିକ ଯୌନ ସଂପର୍କ ପାଇଁ ପତ୍ନୀଙ୍କ ସହମତି ରହିବା କି ନ ରହିବା କିଛି ମହତ୍ଵ ବହନ କରେ ନାହିଁ। ଏଥିପାଇଁ କୋର୍ଟ ଏହି ମାମଲାରେ ଯାଚିକାକର୍ତ୍ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ ଓ ୩୭୭  ଆଧାରରେ ସ୍ଵାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇ ପାରିବ ନାହିଁ।  

ପୂରା ମାମଲା କଣ ?
ସୂଚନା ଅନୁଯାୟୀ, ୨୦୧୭ ଡିସେମ୍ବର ୧୧ତାରିଖ ରାତିରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହିତ ତାଙ୍କ ଇଚ୍ଛା ବିନା ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲେ। ଏହା ପରେ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭେର୍ତ୍ତି କରାଯାଇଥିଲା। ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ମହିଳା ଜଣକ ନିଜ ବୟାନରେ କହିଥିଲେ ଯେ, ସେହି ବ୍ୟକ୍ତି ତାଙ୍କ ସହ ବଳପୂର୍ବକ   ଯୌନ ସମ୍ବଦ୍ଧ ରଖିଥିଲେ। କିନ୍ତୁ ଡାକ୍ତର କହିଛନ୍ତି ଯେ, ମହିଳାଙ୍କ ମୃତ୍ୟୁ ପେରିଟୋନିଟିସ ଓ ରେକ୍ଟାଲ ପେରଫୋରେସନ କାରଣରୁ ହୋଇଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.