ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଭିନ୍ନ ଗ୍ରୀଷ୍ମକାଳୀନ ଶିବିର : ମେଡିଟେସନ ଦ୍ବାରା ମାନସିକ ଓ ବୌଦ୍ଧିକ ବିକାଶର ମାର୍ଗ ଶିଖୁଛନ୍ତି ପିଲା

Published By : Prameya-News7 Bureau | May 27, 2025 IST

କଟକ ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ ଏକ ଗ୍ରୀଷ୍ମ କାଳୀନ ଶିବିର । ନାଚ, ଗୀତ, ମଜା ମସ୍ତି ଦ୍ବାରା ଛୋଟ ଛୋଟ ପିଲା ମାନେ ପାଉଛନ୍ତି ଆଧ୍ୟାତ୍ମିକ ଶିକ୍ଷା ଓ ମେଡିଟେସନ ବା ଧ୍ୟାନର କୌଶଳ । ପରମପିତା ପରତ୍ମା ଶିବଙ୍କ ସହ କିଭଳି ନିଜକୁ ଯୋଡି ମାନସିକ ସ୍ଥିତିକୁ ଦୃଢ କରିବା ସହ ଛୋଟ ଛୋଟ ପିଲା ମାନଙ୍କୁ ଜୀବନରେ କିଭଳି ବାସ୍ତବ ଶାନ୍ତି ଓ ପ୍ରଗତିର ମାର୍ଗ ପାଇ ପାରିବେ ସେ ସମ୍ପର୍କରେ ଧାରଣା ଦେଉଛନ୍ତି ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ମାନେ । କଟକରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଭଳି ଭିନ୍ନ ଏକ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି । 

କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ଵ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଗ୍ରୀଷ୍ମକାଳୀନ କିନ୍ତୁ ଅନ୍ୟ ଶିବିର ମାନଙ୍କ ତୁଳନାରେ ବେଶ୍ ଭିନ୍ନ । ଏହି ଶିବିରରେ ଛୋଟ ଛୋଟ ପିଲା ମାନଙ୍କୁ ନାଚ, ଗୀତ, ଖେଳ କୁଦ ମାଧ୍ୟମରେ ଆଧ୍ୟାତ୍ମିକତାର ଜ୍ଞାନ ଦିଆଯାଉଛି । ଏହାସହ ଏହି ଶିବିରରେ ରାଜଯୋଗ ମେଡିଟେସନ ଦ୍ବାରା ନିଜର ମାନସିକ ଓ ବୌଦ୍ଧିକ ବିକାଶର ମାର୍ଗ ଦେଖାଉଛନ୍ତି ପ୍ରଶିକ୍ଷିକା ମାନେ ।

ଶିବିରରେ ଖେଳ ମାଧ୍ୟମରେ ପରମାତ୍ମାଙ୍କ କିଭଳି ନିଜକୁ ଯୋଡି ହେବ ସେ ନେଇ ବ୍ରହ୍ମାକୁମାରୀ ଭଉଣୀ ମାନେ ଶିକ୍ଷା ଦେଉଛନ୍ତି । ଏହାସହ ପିଲା ମାନଙ୍କ ଭିତରେ ସକାରାତ୍ମକ ଭାବନାର ବୃଦ୍ଧି କରିବା ପାଇଁ ବ୍ଲେସିଂ ବକ୍ସର ଧାରଣା ଦିଆଯାଉଛି । ଛୋଟ ପିଲାମାନେ ଦିନସାରା ଯାହା ଛୋଟ ଛୋଟ ଭଲ କାମ କଲେ ସେ ସମ୍ପର୍କରେ ଏକ କାଗଜରେ ଲେଖି ଏହି ବ୍ଲେସିଂ ବକ୍ସରେ ପକାଇବାକୁ କୁହାଯାଉଛି । ଏହା ପିଲା ମାନଙ୍କ ଭିତରେ ଭଲ କାମ କରିବାର ଆଗ୍ରହକୁ ବଢାଇ ପାରିବ ବୋଲି ପ୍ରଶିକ୍ଷକ ମାନେ କହିଛନ୍ତି । ଏହାସହ ଶିବିରାର୍ଥୀ ମାନଙ୍କୁ ଓ୍ବେଷ୍ଟ ଟୁ ବେଷ୍ଟ ଭଳି ପ୍ରକଳ୍ପ କରିବା ପାଇଁ ମଧ୍ୟ ପ୍ରେରଣା ଦିଆଯାଉଛି । ଶିବିରକୁ ଆସୁଥିବା ଛୋଟ ପିଲା ମାନେ ଏହି ଶିବିର ଦ୍ବାରା ବେଶ୍ କିଛି ନୂଆ ଶିଖିବାର ସୁଯୋଗ ପାଉଥିବା କହିଛନ୍ତି ।

You Can Read:

ବେଆଇନ ଜଳକ୍ରୀଡ଼ା ବେଳେ ସ୍ପିଡ୍ ବୋଟ୍ ଦୁର୍ଘଟଣା ପରେ ଆକ୍ସନ ମୋଡ଼ରେ ପ୍ରଶାସନ : ସଂସ୍ଥାର ଟିକେଟ୍ କାଉଣ୍ଟରରେ ବୁଲିଲା ବୁଲଡୋଜର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.