LIVE TV

ପ୍ରଥମ ଭିଡିଓରେ ସଙ୍ଗୀନ ଅଭିଯୋଗ, ଦ୍ୱିତୀୟରେ କ୍ଲିନ୍‌ଚିଟ୍...ଡିଜିପି ମୁସ୍ତଫାଙ୍କ ପୁଅଙ୍କ ମୃତ୍ୟୁ ରହସ୍ୟ ଉପରୁ କେମିତି ହଟିବ ପରଦା

NEWS7
union-home-minister-amit-shah-flagging-off-the-run-for-unity-marathon-race

ନୂଆଦିଲ୍ଲୀ: ପଞ୍ଚକୁଲାରେ ପଞ୍ଜାବର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ପୁଅ ରହସ୍ୟମୟ ପରିସ୍ଥିତିରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପ୍ରଥମେ ରିପୋର୍ଟ କରାଯାଇଥିଲା ଯେ ମାତ୍ରାଧିକ ନିଶା ନେବା ଯୋଗୁ ମୃତ୍ୟୁ ହୋଇଛି । କିନ୍ତୁ ପରେ ଏକ ୧୬ ମିନିଟର ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ମୃତ ପୁଅ ତାଙ୍କ ନିଜ ପରିବାର ବିରୁଦ୍ଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ, ତାଙ୍କ ବାପା, ମାଆ, ସ୍ତ୍ରୀ ଏବଂ ଭଉଣୀ ସମସ୍ତଙ୍କୁ ହତ୍ୟା ଷଡ଼ଯନ୍ତ୍ରର ଅଭିଯୁକ୍ତ ଦର୍ଶାଯାଇଛି । ତେବେ ମୃତ ଅକିଲଙ୍କ ୩ ମିନିଟର ଦ୍ୱିତୀୟ ଭିଡିଓ ସାମ୍ନାକୁ ଆସିଛି, ଯାହା ମାମଲାକୁ ଆହୁରି ଜଟିଳ କରିଛି । ଏହି ମାମଲା ରାଜନୀତି, ସମ୍ପର୍କ ଏବଂ କ୍ଷମତାରେ ଜଡିତ ଏକ ହାଇ-ପ୍ରୋଫାଇଲ୍ ରହସ୍ୟ ପାଲଟିଛି । 

ପଞ୍ଜାବ ଡିଜିପି (ମାନବାଧିକାର) ମହମ୍ମଦ ମୁସ୍ତାଫା ଏବଂ ତାଙ୍କ ପତ୍ନୀ ପୂର୍ବତନ ମନ୍ତ୍ରୀ ରଜିଆ ସୁଲତାନାଙ୍କ ସମେତ ପରିବାରର ଅନ୍ୟ ଚାରି ସଦସ୍ୟଙ୍କ ବିରୋଧରେ ପୁଅ ଅକିଲ ଅଖତରଙ୍କ ମୃତ୍ୟୁ ଘଟଣାରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆସିଛି । ପଞ୍ଚକୁଲାର ଏମଡିସି ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ ହୋଇଛି । ଅକିଲଙ୍କ ପଡ଼ୋଶୀ ଶମସୁଦ୍ଦିନଙ୍କ ଅଭିଯୋଗ ଏବଂ ମୃତକଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଅକ୍ଟୋବର ୧୬ ରାତିରେ, ଅକିଲ ଅଖତର ପଞ୍ଚକୁଲାସ୍ଥିତ ତାଙ୍କ ଘରେ ମୃତ ଅବସ୍ଥାରେ ମିଳିଥିଲେ । ପରିବାର ଦାବି କରିଥିଲେ ଯେ ନିଶାଦ୍ରବ୍ୟର ମାତ୍ରାଧିକ ସେବନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପଡ଼ୋଶୀ ଶମସୁଦ୍ଦିନ୍ ମୃତ୍ୟୁକୁ ସନ୍ଦେହଜନକ ରୂପେ ଦେଖିଥିଲେ । ମୃତ୍ୟୁ ପ୍ରାକୃତିକ ନୁହେଁ ବରଂ ଏକ ହତ୍ୟା ଶମସୁଦ୍ଦିନ ଚୌଧୁରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ଅକିଲ ଅଖତରଙ୍କ ମୃତ୍ୟୁ ପରେ, ଅଗଷ୍ଟ ୨୭ରେ ତାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ୧୬ ମିନିଟ ୧୧ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ, ଅକିଲ ତାଙ୍କ ବାପା, ମା, ସ୍ତ୍ରୀ ଏବଂ ଭଉଣୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଭିଡିଓ ସାମନାକୁ ଆସିବା ପରେ, ପୋଲିସ ଏହାକୁ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ବୋଲି ବିବେଚନା କରିଛି ।

ଭିଡିଓରେ ଅଲିକ ନିଜ ବାପା ଓ ପତ୍ନୀଙ୍କୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ସେ ଦେଢ଼ ବର୍ଷ ପୂର୍ବରୁ ସେମାନଙ୍କ ଅବୈଧ ସମ୍ପର୍କ ବିଷୟରେ ଜାଣିଥିଲେ । ଅକିଲ ଦାବି କରିଛନ୍ତି ଯେ ସେ ୨୦୧୮ ମସିହାରେ ସେମାନଙ୍କୁ ଏକ ସନ୍ଦେହଜନକ ଅବସ୍ଥାରେ ଦେଖିଥିଲେ । ଏହା ପରେ ପରିବାର ମଧ୍ୟରେ ତିକ୍ତକା ବୃଦ୍ଧି ପାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା । ଅକିଲ କହିଛନ୍ତି ଯେ ତାଙ୍କ ମାଆ, ରଜିଆ ସୁଲତାନା ଏବଂ ଭଉଣୀ ମଧ୍ୟ ତାଙ୍କ ବାପାଙ୍କ ଷଡ଼ଯନ୍ତ୍ରରେ ସାମିଲ । ସେ କହିଛନ୍ତି ଯେ ପରିବାର ତାଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିବାକୁ ଚେଷ୍ଟା କରିଥିଲେ ଏବଂ ରାଜନୈତିକ ଶକ୍ତି ବ୍ୟବହାର କରି ତାଙ୍କୁ ମାନସିକ ଭାବରେ ଭାଙ୍ଗି ଦେବାକୁ ଷଡ଼ଯନ୍ତ୍ର କରିଥିଲେ । ସେ ଦାବି କରିଛନ୍ତି ଯେ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବାର ବାରମ୍ବାର ଧମକ ଏବଂ ଭୟଭୀତ କରାଯାଇଥିଲା । ଏପରି ବଳ ଲଗାଇ ନିଶା ନିବାରଣ କେନ୍ଦ୍ରକୁ ପଠାଯାଇଥିଲା ।

ଏହା ପରେ, ଅକିଲ ଅଖତାରଙ୍କ ଦ୍ୱିତୀୟ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବଡ଼ କଥା ହେଉଛି ଦୁଇ ଭିଡିଓ ପରସ୍ପରର ବିରୋଧୀ, ଯାହା ମାମଲାକୁ ଆହୁରି ଜଟିଳ କରୁଛି । ପ୍ରଥମ ଭିଡିଓକୁ ଆଧାର କରି, ପରିବାରର ଚାରି ଜଣ ସଦସ୍ୟଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଏକ ଏଫଆଇଆର ରୁଜୁ କରାଯାଇଥିଲା । କିନ୍ତୁ ଦ୍ୱିତୀୟ ଭିଡିଓରେ ଅକିଲ ତାଙ୍କ ପରିବାରକୁ କ୍ଲିନ୍ ଚିଟ୍ ଦେଉଥିବା ଦେଖାଯାଉଛି । ୩ ମିନିଟର ଦ୍ୱିତୀୟ ଭିଡିଓରେ ଅକିଲ ପୂର୍ବ ଅଭିଯୋଗକୁ ଭିତ୍ତିହୀନ ବୋଲି କହୁଛନ୍ତି । ଅସୁସ୍ଥ ଥିବା ସମୟରେ ସେ ଏହି ଅଭିଯୋଗ କରିଥିଲେ ଏବଂ ତାଙ୍କ ପରିବାର ତାଙ୍କର ଯତ୍ନ ନେଉଛନ୍ତି । 

ପଞ୍ଚକୁଲା ପୋଲିସ କହିଛି ଯେ ଅଭିଯୋଗଗୁଡ଼ିକ ବର୍ତ୍ତମାନ ତଦନ୍ତ ଜାରି ରହିଛି । ପୋଲିସ ଭିଡିଓ ଫୁଟେଜ୍, ଡାଏରୀ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ ଯାଞ୍ଚ କରିବା ଆରମ୍ଭ କରିଛି । ସେପଟେ ପୂର୍ବତନ ପଞ୍ଜାବ ଡିଜିପି ମହମ୍ମଦ ମୁସ୍ତାଫା କହିଛନ୍ତି ଯେ ଏଫଆଇଆର ନାଁ ରହିଲେ ଦୋଷ ପ୍ରମାଣିତ ହୁଏ ନାହିଁ । ସେ କହିଛନ୍ତି ଯେ ପୋଲିସ କେବଳ ସେମାନଙ୍କର କାମ କରୁଛି ଏବଂ ସେ ତଦନ୍ତକୁ ସ୍ୱାଗତ କରିଛନ୍ତି । ମୁସ୍ତାଫା କହିଛନ୍ତି ଯେ କିଛି ଦିନ ମଧ୍ୟରେ ସତ ସାମନାକୁ ଆସିବ । ସେ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ତାଙ୍କ ପରିବାର ବିରୁଦ୍ଧରେ ରାଜନୀତି କରୁଛନ୍ତି।