LIVE TV
LIVE TV

ଧାନ ବିକ୍ରି ପାଇଁ ୫ ଜିଲ୍ଲାକୁ ଦିଆଯାଇଛି ଟୋକେନ୍, ରାଜ୍ୟରେ ଖୋଲିବ ୧୦୦ ମଡେଲ୍ ମଣ୍ଡି

NEWS7
union-health-minister-inaugurates-new-building-of-sisubhavan

ଭୁବନେଶ୍ୱର ୦୩।୧୨ : ରାଜ୍ୟର ପଶ୍ଚିମାଞ୍ଚଳରେ ପ୍ରଥମେ ଧାନ ଅମଳ ହୋଇଥାଏ। ତାକୁ ଆଧାର କରି ସେଠି ପ୍ରଥମେ ଧାନ ସଂଗ୍ରହ କରାଯାଏ। ଚଳିତ ବର୍ଷ ପ୍ରଥମେ ୫ ଜିଲ୍ଲାକୁ ଟୋକେନ ଦିଆଯାଇଛି। ବରଗଡ଼ରେ ୭୩୬୯୬, ବଲାଙ୍ଗୀରରେ ୫୩୦୯୦, କଳାହାଣ୍ଡିରେ ୮୮୬୬୬, ନୂଆପଡ଼ାରେ ୨୯୭୮୬, ସମ୍ବଲପୁରରେ ୪୯୩୩୩ ଜଣଙ୍କୁ ଟୋକେନ୍ ଦିଆଯାଇଛି। ମୋଟ ୨ ଲକ୍ଷ ୯୪୫୯୪ ଟି ଟୋକେନ ଦିଆଯାଇଛି। ଶୀଘ୍ର ଅନ୍ୟ ଅଞ୍ଚଳରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ। ୨୩ -୨୪ରେ ୧୭ ଲକ୍ଷ ୭୨୩୭୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ। ସେଥିରୁ ମାତ୍ର ୧୩ ଲକ୍ଷ ୩୬୧୫୮ ଜଣ ଧାନ ବିକ୍ରି କରିପାରିଥିଲେ। ଅର୍ଥାତ୍ ୪ ଲକ୍ଷ ଟୋକେନ ଲାପ୍ସ ହୋଇଥିଲା। କିନ୍ତୁ ୨୪-୨୫ ରେ ୧୭ ଲକ୍ଷ ୫୦୪୬୨ ଜଣ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ୧୬ ଲକ୍ଷ ୬୦୩୭୮ ଜଣ ଧାନ ବିକିଥିଲେ। ବହୁତ୍ କମ୍ ଲୋକଙ୍କ ଟୋକେନ ଲାପ୍ସ ହୋଇଥିଲା। ଚଳିତ ଖରିଫ ଋତୁରେ ଏହା ବଢ଼ି ୧୯ ଲକ୍ଷ ୬୭୮୧୨ ଜଣ ପଞ୍ଜିକରଣ କରିଛନ୍ତି। ଆଗକୁ ୧୦୦ ଟି ମଡେଲ ମଣ୍ଡି ଖୋଲିବାକୁ ଯୋଜନା କରିଛନ୍ତି ସରକାର। FAQ ମାନ ଧାନ ବାଧ୍ୟତାମୂଳକ ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ।