ସ୍ମାର୍ଟ କ୍ଲାସରୁମ୍‌ରେ ବସି ପାଠପଢ଼ା ଶୈଳୀ ଦେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ଦେଲେ ପରାମର୍ଶ

Published By : Prameya-News7 Bureau | August 23, 2025 IST

କଟକ ୨୩।୮: ଶ୍ରେଣୀ ଗୃହରେ ବସି ଭୂଗୋଳ ପାଠ ପଢିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ଗସ୍ତ ସମୟରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିସରରେ ପହଞ୍ଚିଥିଲେ । ସେଠାରେ ମହାକାଶ ଗବେଷଣା ସମ୍ପର୍କିତ ପ୍ରୋଜେକ୍ଟ ଗୁଡିକୁ ଦେଖିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହ ମତ ବିନିମୟ କରିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହ ଶ୍ରେଣୀ ଗୃହରେ ବସି ଭୂଗୋଳ ପାଠ ପଢିଥିଲେ । ପରେ ଏଆଇ ଟେକ୍ନୋଲୋଜି ଏବଂ ମାତୃଭାଷା ବିଷୟରେ କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହ ମତ ବିନିମୟ କରିଥିଲେ । ଏହା ଏକ ମଣିଷ ତିଆରି କାରଖାନାର ପ୍ରୟୋଗଶାଳା ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ଧର୍ମେନ୍ଦ୍ର ପରାମର୍ଶ ଦେଇଥିଲେ ।

ସେପଟେ କଟକରେ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ଆଜି ଜାତୀୟ ମହାକାଶ ଦିବସ ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ଭାରତର ମହାକାଶ ଗବେଷଣା ସମ୍ପର୍କରେ ଆଲୋଚନା କରିଥିଲେ । ଆଗକୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମହାକାଶ ଗବେଷଣା କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବା ପାଇଁ ଆଗ୍ରହ କରିଥିଲେ ଧର୍ମେନ୍ଦ୍ର । ଏହାସହ ୨୦୩୬ ମସିହା ବେଳକୁ ବିକଶିତ ଓଡ଼ିଶା ଓ ୨୦୪୭ ମସିହା ବେଳକୁ ବିକଶିତ ଭାରତ ଗଠନରେ ଛାତ୍ରଛାତ୍ରୀ ମାନେ ଭାଗିଦାରୀ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ।

You Can Read:

କଟକରେ କେଭି-୨ର ନୂଆ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.