ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ଏକ ଭଡ଼ା ଘରେ ରହୁଥିଲେ ଯୁବକ

NEWS7
ugc-will-not-give-general-reservation-to-eight-school-colleges-students-in-india

ଭୁବନେଶ୍ୱର ୦୯।୦୨ : ଭୁବନେଶ୍ୱରରେ ଚାଞ୍ଚଲ୍ୟ। ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ।

ଏ ଖବର ବି ପଢନ୍ତୁ:- ​​​​​​​ଖଣ୍ଡଗିରି ଏବେ ନିସ୍ତବ୍ଦ.. ଶୁଭୁନି ସଂଳାପ,୧୪ଦିନରେ ୧୨କୋଟିରୁ ଅଧିକ ଟଙ୍କାର ବେପାର

ଖବର ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳ ମୃତ ଯୁବକ ଜଣଙ୍କ ଏକ ଭଡ଼ା ଘରେ ରହୁଥିଲେ । ବିଳମ୍ବିତ ରାତିରେ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ମଙ୍ଗଳା ମନ୍ଦିର ଛକରେ ସେ ଆକ୍ରମଣର ଶିକାର ହୋଇଥିଲେ । ସୋମବାର ସକାଳୁ ଉକ୍ତ ଯୁବକଙ୍କ ମୃତଦେହ ମିଳିଛି । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ କିଏ ଓ କାହିଁକି ହତ୍ୟା କରିଛି । ସେନେଇ କୌଣସି କାରଣ ଜଣାପଡିନାହିଁ ।

ଅନ୍ୟପଟେ ହତ୍ୟାକାଣ୍ଡ ସଂପର୍କରେ ସ୍ଥାନୀୟ ଲୋକେ ନିକଟସ୍ଥ ପୋଲିସ ଥାନାକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ବିଭିନ୍ନ ତଥ୍ୟ ନେଇ ଛାନ୍ଭିନ୍ ଜାରି ରଖିଛି ।

ଏ ଖବର ବି ପଢନ୍ତୁ:- ପ୍ଲେବ୍ୟାକ୍ ସିଙ୍ଗିଙ୍ଗ ଛାଡିବା ପରେ ଷ୍ଟେଜ୍‌କୁ ଫେରିଲେ ଅରିଜିତ୍, ଗାୟକଙ୍କୁ ଦେଖି ଇମୋସନାଲ ହେଲେ ଫ୍ୟାନ୍ସ