କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଦୁଇ ଯୁବକ ଗୁରୁତର

Published By : Prameya-News7 Bureau | April 26, 2024 IST

ମୋହନା ୨୬।୪: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଯୋଗୁଁ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି l ଯୁବକ ଦୁଇ ଜଣ ହେଲେ ପ୍ରତାପପୁର ଗାଁର କାଳୁଚରଣ ପାଇକ ଓ ଅଶୋକ ଗାଁର ଟିଟୁ ମଲିକ l ମୋହନା ଥାନା ଝାଟିକାସାହି ଗାଁରେ ଏଭଳି ଘଟଣା ଘଟିଛି l ଗୁରୁତର ଦୁଇ ଯୁବକଙ୍କୁ ଗାଁ ଲୋକେ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି l 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟାରେ ହଠାତ ଘଡଘଡି ସହ ବର୍ଷା ହୋଇଥିଲା l ଝାଟିକାସାହି ଗାଁ ଛକର ଦୋକାନ ପାଖରେ ଥିବା ଏକ ଗଛକୁ ବଜ୍ରପାତ ହୋଇଥିଲା l ତେବେ ଦୋକାନରେ ଥିବା କାଳୁ ଓ ଟିଟୁ ଉପରେ ବଜ୍ରପାତ ପ୍ରଭାବ ଯୋଗୁଁ ପଡିଯିବାରୁ ଉଭୟ ଗୁରୁତର ଆହତ ହୋଇ ତଳେ ପଡି ଛଟପଟ ହେଉଥିଲେ l ଗାଁ ଲୋକେ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି l

You Can Read :

ଡିଭାଇଡରରେ ପିଟିହୋଇ ଓଲଟିଲା କାର୍ : ମହିଳା ମୃତ, ବର୍ତ୍ତିଗଲେ ୨ ବର୍ଷର ଶିଶୁ ପୁତ୍ର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.