ଯାଜପୁର ୨୩।୮: ରିଲ୍ସ ବନାଇବା ହେଲା କାଳ । ପାଣିରେ ବୁଡି ଚାଲିଗଲା ୨ ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା କୋଇଲୋ ଅଞ୍ଚଳରେ । ସ୍ଥାନୀୟ ମହାଗିରି ପାହାଡ଼ରେ ଥିବା ଝରଣାରେ ରିଲ୍ସ କରୁଥିବା ବେଳେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ସ୍ଥାନୀୟ କାଞ୍ଜିପାଳ ଗ୍ରାମର ପୁନିଆ ପ୍ରଧାନଙ୍କ ପୁଅ ସମ୍ଭୁ ପ୍ରଧାନ ଓ କୋଇଲା ଗ୍ରାମର ମନମୋହନ ମହାନ୍ତଙ୍କ ପୁଅ ମାନସ ମହାନ୍ତ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ୩ ଜଣ ସାଙ୍ଗ ମିଶି ମହାଗିରି ପାହାଡ଼ରେ ଥିବା ଝରଣାକୁ ଗାଧୋଇବାକୁ ଯାଇଥିବା ବେଳେ ସମ୍ଭୁ ଓ ମାନସ ରିଲ୍ସ କରୁଥିଲେ । ହେଲେ ଝରଣାର ପ୍ରଖର ସ୍ରୋତରେ ଉଭୟେ ବୁଡି ଯାଇଥିଲେ । ନିକଟରେ ଥିବା ଅନ୍ୟ ସାଙ୍ଗମାନେ ଏହା ଦେଖି ଗ୍ରାମବାସୀ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ପ୍ରଥମେ ସମ୍ଭୁ ପ୍ରଧାନଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା । ପରେ ନିଖୋଜ ଥିବା ମାନସଙ୍କ ମଧ୍ୟ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
You Can Read:
ଯେଉଁମାନେ ସୁଧୁରିବେ ନାହିଁ, ରାଜସ୍ବ ବିଭାଗ ପାଖରେ ବହୁ ଅସ୍ତ୍ର ଅଛି ସେମାନେ ସମ୍ଭାଳି ପାରିବେନି