ଖୋର୍ଦ୍ଧା ୨୪।୦୫ : ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ଏବଂ ହୋମଗାର୍ଡ। କେସ୍ ଡାଏରୀରୁ ନାଁ ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଉଭୟଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।
ଖବର ଅନୁଯାୟୀ, ଏକ କେସ ଡାଏରୀରୁ ନାଁ ହଟାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏଏସଆଇ ତୁଷାର ଏବଂ ହୋମଗାର୍ଡ ପିକେ ସୁନ୍ଦରାୟ । ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଥାନାରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିଲା ଭିଜିଲାନ୍ସ ଟିମ୍। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଥିଲା। ଏହାପରେ ତୁଷାରଙ୍କ ବାଙ୍କୋଇରେ ଥିବା ଘରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛି। ଉଭୟଙ୍କୁ ଭୁବନେଶ୍ୱରକୁ ଅଣାଯାଇଥିବା ନେଇ ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି।