ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ

Published By : Prameya-News7 Bureau | June 23, 2025 IST

ସୁନ୍ଦରଗଡ଼ ୨୩।୦୬ : ସୁନ୍ଦରଗଡ଼ ସଦର ଥାନା ବ୍ରାହ୍ମଣୀପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ବାକି ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ତିନି ଜମ ଯୁବକ ଏକ ବାଇକ୍ ଯୋଗେ କୌଣସି କାମରେ ଯାଇଥିଲେ । ସେଠାରେ ନିଜ ଘରକୁ ଫେରୁଥିଲେ ତିନି ସାଙ୍ଗ।ହେଲେ ସୁନ୍ଦରଗଡ଼ ସଦର ଥାନା ବ୍ରାହ୍ମଣୀପାଲି ନିକଟରେ ଉକ୍ତ ବାଇକ୍‌କୁ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ଗାଡ଼ିରେ ଥିବା ତିନି ଜଣ ଝିଟ୍‌କି ପଡିଥିଲେ । ସେଥିମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ମୃତ ଦୁଇ ଯୁବକ ହେଲେ ଶୁଭମ ବାରିକ ଓ ତ୍ରିଲୋଚନ ସେଠ୍‌ । ବାକି ଏ ବେ ଗୁରୁତର ଥିବା ଯୁବକଙ୍କ ପରିଚୟ ମିଳିନାହିଁ । ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଙ୍କିବାହଲ ଠାରୁ ଭେଡ଼ାବାହାଲ ଯାଏ କୋଇଲା ପରିବହନ ପାଇଁ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଯୁବକଙ୍କ ମୃତ୍ୟୁ ପରେ ଭେଡ଼ାବାହାଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.