ବଣାଇ ୦୪।୦୭ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଏରିଆନ୍ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ହାଇଓ୍ୱା ଏବଂ ଓମ୍ନି ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, କୋଇଡ଼ା ଠାରୁ କିଛି ଶ୍ରମିକଙ୍କୁ ନେଇ ନିକଟରେ ଥିବା ଏକ ପ୍ଲାଣ୍ଟକୁ ଯାଉଥିବା ଓମନି ଭ୍ୟାନ୍ । ହେଲେ କୋଇଡ଼ା ଥାନା ଏରିଆନ ଛକ ନିକଟରେ ଏକ ହାଇଓ୍ୱା ଟ୍ରକ ଭାରସାମ୍ୟ ହରାଇ ଓମନି ଭ୍ୟାନ୍ ସହିତ ଧକ୍କା ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ବାକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।