ପଳପଳା ନଦୀରେ ବୁଡି ୨ ଜଣଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଗଲେ ଦୁଇ ଯୁବକ

Published By : Prameya-News7 Bureau | June 15, 2025 IST

ବାରିପଦା ୧୫।୬: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଲୁଲୁଙ୍ଗ ନିକଟ ପଳପଳା ନଦୀରେ ବୁଡି ୨ ଜଣଙ୍କ ମୃତ୍ୟୁ । ମୃତ ଯୁବକ ମାନେ ବାରିପଦା ଓ୍ବାର୍ଡ ନମ୍ବର ୨୧ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଅଙ୍କିତ କୁମାର ଭୂଜବଳ ଏବଂ ରଘୁନାଥପୁର ଅଞ୍ଚଳର ଅଂଶୁମାନ ନାଏକ ବୋଲି ଜଣାପଡିଛି ।  

ସୂଚନାଯୋଗ୍ୟ ଯେ, ବାରିପଦା ଅଞ୍ଚଳର ୭ଜଣ ସାଙ୍ଗ ଶିମିଳିପାଳ ବୁଲିବାକୁ ଯାଇଥିଲେ । ନଦୀରେ ଗାଧୋଇବା ସମୟରେ ଗୋଡ ଖସିଯିବାରୁ ୨ ଜଣ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ସହ ୨ ଜଣଙ୍କ ମୃତଦେହ ଉଦ୍ଧାର କରି ବାରିପଦା ପିଆରଏମ୍ ହସ୍ପିଟାଲକୁ ପଠାଇଛନ୍ତି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗାଧୋଇବା ବେଳେ ସମସ୍ତେ ପାଣିକୁ ଓହ୍ଲାଇଥିଲେ ।  ହେଲେ ଅଂଶୁମାନ ଓ ଅଙ୍କିତ ଅଧିକ ପାଣିକୁ ଚାଲିଯିବାରୁ ତଳକୁ ଖସଡ଼ି ଯାଇଥିଲେ । ଅନ୍ୟ ୨ ଜଣ ମଧ୍ୟ ବୁଡି ଯାଉଥିବା ବେଳେ କୂଳରେ ଥିବା ୩ ଜଣ ସାଙ୍ଗ ସେମାନଙ୍କୁ କୌଣସି ପ୍ରକାରରେ ସେମାନଙ୍କୁ ବାହାରକୁ ଟାଣି ଆଣିଥିଲେ ବୋଲି ଅଳ୍ପକେ ବର୍ତ୍ତି ଯାଇଥିବା ଯୁବକ କହିଛନ୍ତି ।

You Can Read:

କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁର ଗାଁରେ ବ୍ୟାପିଲା ଡାଇରିଆ, ୫ ଆକ୍ରାନ୍ତ ଚିହ୍ନଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.