କଟକ ୧୨।୮: କଟକ କାଠଯୋଡ଼ିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର ସତ୍ତ୍ବେ ବି ବଞ୍ଚିପାରିଲାନି ଜୀବନ । ଉଭୟ ନାବାଳକଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ ଶୁଭମ ଦାସ ଓ ମହି ଦାସ । ଏନେଇ ସ୍ଥାନୀୟ ପୁରୀଘାଟ ଥାନା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡ଼ିରେ ଦୁଇ ଛାତ୍ର ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଜଣେ ନାବାଳକ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ପାଣିରେ ବୁଡ଼ିବାକୁ ଲାଗିଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ନାବାଳକ ଜଣ ତାଙ୍କୁ ବଞ୍ଚାଇବାକୁ ପାଣି ଭିତରେ ପଶି ଯାଇଥିଲେ । ପାଣିର ପ୍ରଖର ସ୍ରୋତରେ ଉଭୟ ଭାସିଯାଇ ନିଖୋଜ ହୋଇଥିଲେ । ଏନେଇ ଅଗ୍ନିଶମ ବାହିନୀ ଏବଂ ପୁରୀଘାଟ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ସେମାନଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
You Can Read:
ସାନ ଭାଇ ସହ ସ୍ତ୍ରୀର ଥିଲା ସମ୍ପର୍କ, ମା’କୁ ମେସେଜ୍ରେ ଏମିତି ଲେଖି ଜୀବନ ହାରିଲେ BSF ଯବାନ