କଳାହାଣ୍ଡି ୨୬।୦୪ : ଆତ୍ମହତ୍ୟା କଲେ ପ୍ରେମୀଯୁଗଳ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା କାଉଡୋଳା ଗାଁରେ ଥିବା ଗଛରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ଗଛ ଡାଳରେ ଗୋଟିଏ ଗାମୁଛାରେ ଝୁଲିପଡିଛନ୍ତି ପ୍ରେମୀଯୁଗଳ ।
ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କାଉଡୋଳା ଗାଁର ନୀତେଶ ମୁଣ୍ଡ ଓ ସେହି ଗାଁର ଜଣେ ନାବାଳିକା ଝିଅ, ଦୁହେଁ ଦୁହେଁଙ୍କୁ ଭଲ ପାଉଥିଲେ । ହେଲେ ଅଲଗା ଜାତିର ହୋଇଥିବା ଯୋଗୁ ପ୍ରେମକୁ ସୀକୃତି ମିଳିବାରେ ପ୍ରତିବନ୍ଧକ ସାଜିଥିଲା । ଶେଷରେ ବାଧ୍ୟ ହୋଇ ଉଭୟ ନେଲେ ଚରମ ନିଷ୍ପତ୍ତି । ଗୋଟିଏ ଗାମୁଛାରେ ଫାଶୀ ଲଗାଇ ଝୁଲି ପଡିଲେ ଉଭୟ।କୌଣସି କାମରେ ଗାଁ ଲୋକ ଯାଉଥିବା ବେଳେ ଦେଖିଥିଲେ ମୃତଦେହ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରିଛି । ଏହାସହ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ରିପୋର୍ଟରେ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିଛି ।