ପାରୋଲରେ ପୁଣି ଜେଲ୍‌ରୁ ବାହାରିବେ ରାମ ରହିମ, ମିଳିଛି ୪୦ ଦିନିଆ ଛୁଟି

NEWS7
two-kidney-damage-of-a-youth-no-money-for-treatment-in-kendrapara

ନୂଆଦିଲ୍ଲୀ ୦୪।୦୧; ଦୁଇ ସାଧ୍ୱୀଙ୍କୁ ଦୁଷ୍କର୍ମ ଏବଂ ଜଣେ ସାମ୍ବାଦିକଙ୍କ ହତ୍ୟା ମାମଲାରେ ସଜା କାଟୁଥିବା ମୁଖ୍ୟ ଅଭିଯୁକ୍ତ ଗୁରମିତ ରାମ ରହିମ। ଏବେ ତାଙ୍କୁ ୪୦ ଦିନ ପାଇଁ ପାରୋଲ ମଞ୍ଜୁର କରି ଦିଆଯାଇଛି। ରାମ ରହିମ ବର୍ତ୍ତମାନ ରୋହତକର ସୁନାରିଆ ଜିଲ୍ଲା ଜେଲରେ ବନ୍ଦୀ ଅଛନ୍ତି। ପାରୋଲ ଅବଧି ମଧ୍ୟରେ ସେ ହରିୟାଣାର ସିରସା ସ୍ଥିତ ଡେରା ସଚ୍ଚା ସୌଦାରେ ରହିବେ।

ରିପୋର୍ଟ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୁରମିତ ରାମ ରହିମଙ୍କୁ ପାରୋଲକୁ ମଞ୍ଜୁରୀ ଦିଆଯାଇଛି। ଏହା ପରେ, ଜେଲ ପ୍ରଶାସନ ତାଙ୍କ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ପାରୋଲ ସମୟରେ, ରାମ ରହିମଙ୍କୁ ସର୍ତ୍ତାବଳୀ ପାଳନ କରିବାକୁ ପଡିବ ଏବଂ ସିରସା ଡେରା ପରିସର ବାହାରେ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ। ପ୍ରଶାସନ ଦ୍ୱାରା ତାଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯିବ।

ଗୁରମିତ ରାମ ରହିମ ୨୦୧୭ ମସିହାରୁ ରୋହତକର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି। ତାଙ୍କୁ ଦୁଇ ସାଧ୍ୱୀଙ୍କ ସହ ଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ଏବଂ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲା ପରଠୁ ରାମ ରହିମ ଅନେକ ଥର ପାରୋଲ ଏବଂ ଫରଲୋରେ ଜେଲରୁ ବାହାରକୁ ଆସିଛନ୍ତି। ଯାହାକୁ ନେଇ ରାଜନୈତିକ ଏବଂ ସାମାଜିକ ବିବାଦ ସୃଷ୍ଟି କରିଛି। କିନ୍ତୁ ଏଥର ତାଙ୍କୁ ୪୦ ଦିନ ପାଇଁ ପାରୋଲ ଦିଆଯାଇଛି। ତାଙ୍କର ପାରୋଲ ଅବଧି ଶେଷ ହେବା ପରେ ରାମ ରହିମଙ୍କୁ ପୁଣି ଥରେ ସୁନାରିଆ ଜେଲରେ ଆତ୍ମସମର୍ପଣ କରିବାକୁ ପଡିବ।