ପିକନିକ ଛଡ଼ାଇନେଲା ସବୁ ଖୁସି : ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ, ଏକା ହୋଇଗଲା ଦେଢ଼ ବର୍ଷର ଶିଶୁ

NEWS7
two-karnataka-hc-judges-attend-brahmin-convention-extol-virtues-of-community

ଆଠଗଡ଼ ୬।୧: ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ, ଅନାଥ ହୋଇଗଲେ ଦେଢ଼ ବର୍ଷର ଶିଶୁ । ନୂଆବର୍ଷର ଖୁସି ଛଡାଇନେଲା ସବୁକିଛି । ଅଂଶୁପା ଯାଇଥିଲେ ପିକନିକ କରି ଖୁସି ମନାଇବା ପାଇଁ ହେଲେ ଫେରିବା ବେଳେ ବାଟରେ ଅନାଇ ବସିଥିଲା ଯମ । ବାଇକ୍ ଦୁର୍ଘଟଣାରେ ଦେଢ଼ ବର୍ଷର ଶିଶୁପୁତ୍ରକୁ ଅନାଥ କରି ଚାଲିଗଲେ ବାପା-ମା’ ।

ସୂଚନାଯୋଗ୍ୟ ଯେ, ଆଠଗଡ଼ ଜିଲ୍ଲା ତିଗିରିଆ ଥାନା କୋଇଲିକନ୍ୟା ଗ୍ରାମର ୩୬ ବର୍ଷୀୟ ପ୍ରତାପ ମନ୍ତ୍ରୀ ସପରିବାର ସମ୍ପର୍କୀୟଙ୍କ ସହିତ ନୂଆବର୍ଷ ଖୁସି ମନାଇବା ପାଇଁ ଅଂଶୁପା ଯାଇଥିଲେ । ଫେରିବା ବେଳେ ବିପରୀତ ଦିଗରୁ ବାଇକ୍ ଚଳାଇ ଆସୁଥିବା ସୁଦର୍ଶନପୁର ଗ୍ରାମର ଯୁବକ ଚନ୍ଦନ ପ୍ରଧାନଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସମସ୍ତେ ରାସ୍ତାରେ ଘୋଷାଡ଼ି ହୋଇ ପଡିଥିଲେ । ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ସମସ୍ତକୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଗପଛ ହୋଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ଆଶ୍ଚର୍ଯ୍ୟଜନକ ଭାବେ ଶିଶୁ ପୁତ୍ରଟିର କିଛି ହୋଇ ନଥିବା ବେଳେ ଡାକ୍ତରଖାନାରେ କାନ୍ଦି କାନ୍ଦି ନିଜ ବାପା-ମା’ଙ୍କୁ ଖୋଜୁଥିବାର ଦୃଶ୍ୟ ସମସ୍ତଙ୍କ ଆଖିରେ ଅଶ୍ରୁ ଆଣି ଦେଇଥିଲା । ସେହିପରି ଅନ୍ୟତମ ଯୁବକଙ୍କ ଚିକିତ୍ସା ଚାଲୁରହିଛି । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।