ଦିଗପହଣ୍ଡି ୩୦/୫: ମନ୍ଦିର ପ୍ରତିଷ୍ଠା ତାରିଖକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ । ଥାନାରେ ପହଞ୍ଚିଲା ମାମଲା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜିଉରା ଗାଁରେ ନିର୍ମାଣ ହୋଇଥିବା ରତ୍ନେଇ ମନ୍ଦିର ପ୍ରତିଷ୍ଠା ଜୁନ ୨ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ତେବେ ଏହି ଦିନକୁ ଗାଁର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିଲେ । ଯାହାକୁ ନେଇ ଉତ୍ତେଜନା ବଢିଥିଲା ।
୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଉଭୟ ଗୋଷ୍ଠୀ ଥାନାରେ ପହଞ୍ଚି ଧାରଣାରେ ବସିଥିଲେ । ଗୋଟିଏ ଗୋଷ୍ଠୀ ଜୁନ ୨ ତାରିଖରେ ମନ୍ଦିର ପ୍ରତିଷ୍ଠା କରିବାକୁ କହୁଥିବାବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ । ଘଟଣାସ୍ଥଳରେ ଥାନା ଅଧିକାରୀ ଓ ସ୍ଥାନୀୟ ତଦସିଲଦାର ଲୋକଙ୍କୁ ବୁଝାସୁଝା କରିଥିଲେ ।