ନିଶାସକ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ, ତହସିଲ ଅଫିସରେ ପଶି ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ମାରିଲେ ମାଡ଼

Published By : Prameya-News7 Bureau | July 01, 2025 IST

ବଲାଙ୍ଗିର: ଭୁଲି ଗଲେ ସ୍ଥାନ, କାଳ, ପାତ୍ର। ମଦ ନିଶାରେ ଚୁର ହୋଇ ତହସିଲ କମର୍ଚାରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ବି ମାରିଲେ। ଏଭଳି କିଛି ଦେଖିବାକୁ ମିଳିଥିଲା ପୁଇଁନ୍ତଳା ତହସିଲ କାର୍ଯ୍ୟାଳୟରେ। ଅବଶ୍ୟ ପୋଲିସ ଘଟଣାରେ ୨ ଯୁବକଙ୍କୁ ଅଟକ ରଖିଛି। 

ସୂଚନା ଅନୁସାରେ, ମଙ୍ଗଳବାର ୨ ଜଣ ନିଶାସକ୍ତ ଯୁବକ ପୁଇଁନ୍ତଳା ତହସିଲ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଯାହାର ଭିଡିଓ ମଧ୍ୟ ଭାଇରାଲ ହେଇଛି। କୁହାଯାଉଛି କୌଣସି କାମକୁ ନେଇ ତହସିଲ କାର୍ଯ୍ୟାଳୟରେ ଦୁଇ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ କାର୍ଯ୍ୟାଳୟରେ ମହିଳା କର୍ମଚାରୀ ମଧ୍ୟ ଥିଲେ। 

ତେବେ ଏନେଇ ପୁଇଁନ୍ତଳା ଥାନାରେ ମାମଲା ରୁଜୁ ପରେ ପୋଲିସ ଉକ୍ତ ଦୁଇ ନିଶାସକ୍ତ ଯୁବକ ପ୍ରେମରାଜ ବାଗ ଓ ସୁବାସ ଭଞ୍ଜଙ୍କୁ ଅଟକ ରଖି ତଦନ୍ତ କରୁଛି   ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.