ଭଞ୍ଜନଗର ୬।୮: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଷୋଳମାଇଲି ଛକ ନିକଟରେ ଗୋଟିଏ ଟ୍ରେଲରକୁ ଓଭର ଟେକ୍ ବେଳେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣା ପରେ ଗୋଟିଏ ବାଇକ୍ ଲୁହା ବୋଝେଇ ଟ୍ରେଲର ଚକା ତଳେ ପଶି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l ଦୁଇ ମୃତକ ସମ୍ପର୍କରେ ବଡ ବାପା ଓ ପୁତୁରା ହୋଇଥିବା ଜଣାପଡିଛି l ଉଭୟ ବେତାରସିଙ୍ଗି ଗ୍ରାମର ବଡ ବାପା ଖାଦାଳ ମହାରଣା, ପୁତୁରା ଶଶାଙ୍କ ମହାରଣା ହୋଇଥିବା ବେଳେ ଅନ୍ୟ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି l ମୃତକ ଏବଂ ଗୁରୁତର ବ୍ୟକ୍ତିଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍ ଏବଂ ଟ୍ରେଲର ସହ ଚାଳକଙ୍କୁ ପୋଲିସ ଅଟକ ରଖିଛି l
You Can Read:
ସାଇନ୍ ବୋର୍ଡରେ ଓଡ଼ିଆ ଭାଷା ବାଧ୍ୟତାମୂଳକ, ନିର୍ଦ୍ଦେଶ ପାଳନ ନକଲେ ପ୍ରତିଦିନ ଗଣିବେ ୫ଶହ ଟଙ୍କା ଫାଇନ୍