ଗୁପ୍ତେଶ୍ବର ମନ୍ଦିର ଭିତରେ କୁକୁର ଧରି ପଶିଲେ ଦୁଇ ଶ୍ରଦ୍ଧାଳୁ, ବିରୋଧ ସତ୍ତ୍ବେ ବି କଲେନି ଖାତିର

Published By : Prameya-News7 Bureau | May 30, 2025 IST

ଜୟପୁର ୩୦: ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ମନ୍ଦିର ଭିତରେ କୁକୁର ଧରି ପଶିଲେ ଶ୍ରଦ୍ଧାଳୁ । ଯାହାକୁ ନେଇ ଏବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କୁକୁର ଧରି ପଶିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ତେବେ କିଏ ଏହି ଶ୍ରଦ୍ଧାଳୁ ? କ’ଣ ଥିଲା ତାଙ୍କ ଉଦ୍ଦେଶ୍ୟ ? କାହିଁକି ସେମାନେ ମନ୍ଦିର ଭିତରକୁ କୁକୁର ଧରି ପଶିଥିଲେ ? ତେବେ ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । 

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ମନ୍ଦିର । ଯେଉଁଠିକି ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ । ଏହିଭଳି ଏକ ପ୍ରସିଦ୍ଧ ଶୈବପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମନ୍ଦିର ଭିତରେ କୁକୁର ଧରି ପଶିଲେ ଶ୍ରଦ୍ଧାଳୁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାସ୍ଥଳରେ ଉପସ୍ଥିତ କିଛି ଶ୍ରଦ୍ଧାଳୁ ଏହାକୁ ତୀବ୍ର ବିରୋଧ କରିଥିଲେ । କିନ୍ତୁ ଦୁଇଟି କୁକୁର ସହ ମନ୍ଦିର ଭିତରେ ପଶିଥିବା ଏହି ଦୁଇ ଜଣ ବ୍ୟକ୍ତି ଏହାକୁ ଖାତିର କରିନଥିଲେ । ଏହି ଦୁଇ ବ୍ୟକ୍ତି କିଏ ତାହା ଜଣାପଡିନାହିଁ । ଭିଡିଓ ଭାଇରାଲ ପରେ ଦେବୋତ୍ତର ବିଭାଗ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ମନ୍ଦିରରେ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା ନଥିବାରୁ ଏମିତି ଘଟଣା ଘଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି । 

ତେବେ ଏହି ଘଟଣା ଶ୍ରଦ୍ଧାଳୁଙ୍କ ମନରେ ଶକ୍ତ ଆଘାତ ଦେଇଛି । ଏହି ଘଟଣାକୁ ନେଇ ବୈପାରୀଗୁଡା ବିଡ଼ିଓ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର ପ୍ରବେଶ ପାଇଁ ଟିକେଟ୍ କାଟୁଥିବା ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି । ଏନେଇ ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

You Can Read:

ଭଦ୍ରକରେ ସିରିଜ୍ ଲୁଟ୍, ଗେଟ୍‌କୁ କପଡ଼ାରେ ବାନ୍ଧି ଝରକା ତାଡ଼ି ଲୁଟିଲେ ଦୁର୍ବୃତ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.