ଜଲାପୁଟ ଜଳଭଣ୍ଡାରରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ! ଶନିବାର ଠାରୁ ଥିଲେ ନିଖୋଜ

Published By : Prameya-News7 Bureau | June 15, 2025 IST

ଲମତାପୁଟ ୧୫।୬: କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରରେ ଅଘଟଣ । ଡ୍ୟାମ୍‌କୁ ଡେଇଁ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା l ଉଭୟଙ୍କ ମୃତଦେହ ଉଦ୍ଧାର କଲା ନନ୍ଦପୁର ଅଗ୍ନିଶମ ବାହିନୀ l ଉଭୟଙ୍କ ଘର କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅଞ୍ଚଳର ନାବାଳକ-ନାବାଳିକା ନିଖୋଜ ହୋଇଯାଇଥିଲେ । ଉଭୟ ଶନିବାର ଠାରୁ ନିଖୋଜ ଥିବାରୁ ଉଭୟଙ୍କ ପରିବାର ସେମାନଙ୍କୁ ଖୋଜୁଥିଲେ । ଜଲାପୁଟ ଜଳଭଣ୍ଡାର ନିକଟରେ ସେମାନଙ୍କ ଚପଲ ଓ ମୋବାଇଲ ଦେଖି ଜଳଭଣ୍ଡାରରେ ବୁଡିଯାଇଥିବା ଜଣାପଡ଼ିଥିଲା l ଘଟଣାସ୍ଥଳରେ ନନ୍ଦପୁର ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରିବା ପରେ ଜଳଭଣ୍ଡାର ମଧ୍ୟରୁ ଓଢ଼ଣୀରେ ବନ୍ଧା ହୋଇଥିବା ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା l ଘଟଣାସ୍ଥଳରେ ପାଡୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଛି l

You Can Read:

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୨୫ ଯାତ୍ରୀ ଆହତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.