LIVE TV

ଛତିଶଗଡ଼ରେ ବଡ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଯବାନ

NEWS7
two-crore-diamond-theft-in-surat-at-gujarat

ଛତିଶଗଡ଼ ୨୧/୧୧: ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ । ୧୦ କେଜିର IED ଠାବ ପରେ ନିଷ୍କ୍ରିୟ କଲା ବମ୍‌ସ୍କ୍ୱାଡ୍ । ଛତିଶଗଡ଼ ବିଜାପୁର ଭୈରମଗଡ଼ ଜଙ୍ଗଲରେ IED ଖଞ୍ଜିଥିଲେ ମାଓବାଦୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି IED ଖଞ୍ଜିଥିଲେ ମାଓବାଦୀ । 

ସୂଚନା ଥାଉକି, ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ ମାନେ ଖଞ୍ଜିଥିଲେ ଏହି IED । ତେବେ ସୁରକ୍ଷା ବାହିନୀ କୁମିଂ ଅପରେସନ କରୁଥିବା ବେଳେ ଅତି ସତର୍କତାର ସହ ମାଓବାଦୀଙ୍କ ଏହି ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି । ପରେ ବୋମା ନିଷ୍କ୍ରିୟ ଟିମ ଏହାକୁ ଅତି ସତର୍କତାର ସହ ନିଷ୍କ୍ରିୟ ମଧ୍ୟ କରିଛନ୍ତି ।

ଦେଖନ୍ତୁ ବିସ୍ଫୋରଣ ସମୟରେ ସେହି ଦୃଶ୍ୟ କେତେ ଭୟଙ୍କର ଥିଲା । ମାଓନେତା ହିଡମାଙ୍କ ମୃତ୍ୟୁ ପରେ ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ସାଥି ମାଓବାଦୀ ମାନେ କରିଥିଲେ ବଡ଼ ଯୋଜନା । ହେଲେ ଏହାକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ । ଘଟଣା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।