ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଘରୁ ଡାକି ବାପା ଆଗରେ ପୁଅକୁ ହାଣିଲେ

NEWS7
two-child-critical-after-mobile-battery-blast-in-patnagarh

ଭୁବନେଶ୍ୱର ୧୫।୦୨: ବୁଲିଲା ପୁଣି ଖଣ୍ଡା। ଭୁବନେଶ୍ବର ପଥରବନ୍ଧ ବସ୍ତିରେ ଆତଙ୍କ ରାଜ୍। ଘରୁ ଡାକି ପୁଅ ଆଗରେ ବାପାକୁ ଖଣ୍ଡା ଚୋଟ ପକାଇଲେ। ମୁଣ୍ଡରେ ଏକାଧିକ ଚୋଟ ଯୋଗୁ ପଥରବନ୍ଧ ବସ୍ତିର କାର୍ତ୍ତିକ ନାୟକ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଜଣାପଡିଛି।

ଏ ଖବର ବି ପଢନ୍ତୁ:- choudwar accused: ବେଶ ବଦଳ ନାଁ ବଦଳ, ରାଣାରୁ ପାଣ୍ଡେ ; ଗେଷ୍ଟ ହାଉସରେ କରୁଥିଲା କାମ

ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ବସ୍ତିରେ ପହଞ୍ଚିଥିଲା ପିସିଆର୍ ଓ ସହିଦ ନଗର ପୋଲିସ। ଆହତ କାର୍ତ୍ତିକଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇତିଲା ତେବେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଚି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ଚଢାଉ ଜାରି ରହିଛି।

ଏ ଖବର ବି ପଢନ୍ତୁ:- ବାଲ୍ୟ ବିବାହରୁ ବଙ୍କୁଲିବାଡ଼ି, ଚାଳ କୁଡ଼ିଆରେ ଏକାଠି ୧୦୦ ବର୍ଷ