ଦୁଇ ବାଇକ୍ ମଧ୍ୟରେ ଧକ୍କା : ଦୁଇ ମୃତ, ଜଣେ ଗୁରୁତର

Published By : Prameya-News7 Bureau | June 12, 2025 IST

ଅନୁଗୋଳ ୧୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନୁଗୋଳ ସାକସିଙ୍ଗା ଠାରେ ଘଟିଛି ଏଭଳି ଦୁର୍ଘଟଣା । ମିଳିନି ମୃତକଙ୍କ ପରିଚୟ ।

ସୂଚନାଯୋଗ୍ୟ ଯେ, ଅନୁଗୋଳ କଳମୁଛୁଇଁକୁ ସଂଯୋଗ କରୁଥିବା ରାସ୍ତାର ସାକସିଙ୍ଗା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ଅନୁଗୋଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଆଉ ଜଣେ ଗୁରୁତର ଅଛନ୍ତି । ମେଡ଼ିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି ।

You Can Read:

ଏଣିକି ଆବୁଧାବିକୁ ସିଧା ବିମାନ ସେବା, ସପ୍ତାହକୁ ତିନି ଥର ଉଡ଼ିବ ବିମାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.