ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଶୁଭ ସଂଖ୍ୟା ଥିଲା ୧୨୦୬, ସେହି ନମ୍ୱର ପାଲଟିଗଲା ଅଶୁଭ

Published By : Prameya-News7 Bureau | June 13, 2025 IST

ଗୁଜରାଟ ୧୩/୦୬: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ କ୍ରାସ୍ ଦେଇଯାଇଛି ଅନେକ କ୍ଷତ । ମୃତ ୨୪୧ ବିମାନଯାତ୍ରୀଙ୍କ ମଧ୍ୟରେ ଥିଲେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ପତ୍ନୀ ଓ ଝିଅକୁ ଭେଟିବାକୁ ଯାଉଥିଲେ ଲଣ୍ଡନ । ହେଲେ ଅଧାବାଟରେ ଜଗି ବସିଥିଲା ଯମ । ଖୁସି ପାଳିବା ପୂର୍ବରୁ ଡାକିନେଇଛି ଯମ । ତେବେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ନିଧନ ପରେ ସାମ୍ନାକୁ ଆସିଛି ଅନେକ ରହସ୍ୟ । ତାଙ୍କ ଜୀବନରେ ସେହି ୧୨୦୬ ସଂଖ୍ୟାର ଥିଲା ବଡ ମହତ୍ତ୍ୱ । ଯାହାକୁ ସେ ଜୀବନର ଲକି ଚାର୍ମ ଭାବୁଥିଲେ ସେ ପାଲଟିଗଲା ତାଙ୍କ ମୃତ୍ୟୁର ବାହକ । 

ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ପାଇଁ '୧୨୦୬' ନମ୍ବର ଲକି ଥିଲା । ଏହି ନମ୍ବରର ତାଙ୍କ ପାଇଁ ଏତେ ଖାସ୍ ଥିଲା କି, ପ୍ରତିଟି ଗାଡିର ନମ୍ୱର ସେ ରଖିଥିଲେ ସେହି ସଂଖ୍ୟାରେ । ଏବେ ବି ତାଙ୍କ ଘରେ ରହିଛି ଏହି ନମ୍ୱରର ଦୁଇଟି ଗାଡି । ୧୨୦୬ ନମ୍ବରର ସ୍କୁଟି ସହ କାର ନମ୍ବର ବି '୧୨୦୬' । ବିଜୟ ରୁପାନୀ ଏହି ନମ୍ବରକୁ ବହୁତ ଶୁଭ ମାନୁଥିଲେ । ହେଲେ ଗୁରୁବାର ଏହି ସଂଖ୍ୟା ତାଙ୍କ ପାଇଁ ଅଶୁଭ ପ୍ରମାଣିତ ହେଲା । ସଂଯୋଗର କଥା ହେଉଛି, ବିମାନ ଦୁର୍ଘଟଣା ଘଟିଥିଲା ଜୁନ୍‌ ୧୨ରେ  । ଏମିତିକି ବିଜୟ ରୁପାନୀ ବସିଥିବା ଫ୍ଲାଇଟ୍ ସିଟ ବି ୧୨ ଥିଲା । ଯାହା ତାଙ୍କ ଜୀବନର ଶେଷ ଦିନ ହୋଇଗଲା ।

ସୂଚନା ଥାଉକି, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ପରଲୋକ ହୋଇଛି । ସେ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କର ଦେହାନ୍ତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବଲୱନ୍ତରାୟ ମେହଟ୍ଟାଙ୍କ ମୃତ୍ୟୁ ଘଟଣାକୁ ମନେପକାଇ ଦେଇଛି । ୬ ଦଶନ୍ଧି ତଳେ ବିମାନ ଯାତ୍ରା ବେଳେ ତାଙ୍କର ଦେହାନ୍ତ ହୋଇଥିଲା । 

  • Ahmedabad Plane Crash
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.