୨ଟି ସୁପରହିଟ୍‌, ୨ଟି ଫ୍ଲପ୍‌ ଫିଲ୍; ୧୧୭୦କୋଟି ଲାଗିଛି ବାଜିରେ, ୪ ବର୍ଷରେ ମାରିଛନ୍ତି ଅଧିକ ଫେଲ୍‌

Published By : Prameya-News7 Bureau | June 12, 2025 IST

ନୂଆଦିଲ୍ଲୀ ୧୨।୦୬: ସାଉଥ୍‌ ସୁପରଷ୍ଟାର କମଲ ହାସନ  । ଅନେକ ବଡ ବଡ ଫିଲ୍ମରେ କାମ କରିଛନ୍ତି । ସେ ଜଣେ ଅନ୍ତର୍ଜାତୀୟ ଷ୍ଟାର । ତାଙ୍କ ଫିଲ୍ମ ସାରା ବିଶ୍ୱରେ କରାଯାଏ ପସନ୍ଦ । ୭୦ ବର୍ଷ ବୟସରେ ବି ସେ ବହୁତ ଫିଟ୍ । ଏବେବି ସେ ମୁଖ୍ୟ ଭୂମିକାରେ କରୁଛନ୍ତି ଅଭିନୟ ।  କିନ୍ତୁ ପୂର୍ବ ପରି ତାଙ୍କର ଆଉ ନାହିଁ କ୍ରେଜ୍‌ । କୋଟି କୋଟି ଟଙ୍କା ବାଜି ଲାଗିଛି । କିନ୍ତୁ ପ୍ରାୟ ସବୁଥିରେ ଫେଲ୍‌ ମାରୁଛନ୍ତି କମଲ୍‌ ହାସନ । ସେ ନିଜେ ତ କ୍ଷତି ସହୁଛନ୍ତି, ତାଙ୍କ ସହ ପ୍ରଯୋଜକମାନେ ମଧ୍ୟ କ୍ଷତି ସହୁଛନ୍ତି। 

ବିଗତ ୪ ବର୍ଷରେ ଦେଇଛନ୍ତି ଅନେକ ବଡ ବଡ ଫିଲ୍ମ ଦେଇଛନ୍ତି କମଲ ହାସନ । କିନ୍ତୁ କିଛି ଫିଲ୍ମକୁ ଛାଡିଦେଲେ ଅନେକ ଫ୍ଲପ୍‌ ପ୍ରମାଣିତ ହେଉଛି ।  କମଲ ହାସନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବଡ଼ ସୁପରଷ୍ଟାର । ସେ ନିର୍ମାତାଙ୍କ ବିଶ୍ୱାସ ଜିତିସାରିଛନ୍ତି । ଏବେ ସେ ନିଜେ ତାଙ୍କ ଫିଲ୍ମଗୁଡ଼ିକର ସହ-ପ୍ରଯୋଜନା କରନ୍ତି । ସେ ନିଜକୁ ନିଜେ ହିଁ ଏକ ବ୍ରାଣ୍ଡ । ସେଥିପାଇଁ ଗତ ୪ବର୍ଷ ମଧ୍ୟରେ ତାଙ୍କ ଉପରେ ୧୨୦୦ କୋଟି ଲାଗିଛି ବାଜି । 

ତାଙ୍କର ୪ଟି ଫିଲ୍ମର ବଜେଟ୍ ମିଶାଇଲେ ଏହାର ମୂଲ୍ୟ ୧୧୭୦ କୋଟି ଟଙ୍କା । କିନ୍ତୁ ଏପରି ନୁହେଁ ଯେ ଏହି ସବୁ ଫିଲ୍ମରେ ସକ୍ସେସ୍‌ ହୋଇଛନ୍ତି କମଲ ହାସନ । ତାଙ୍କର ଦୁଇଟି ଫିଲ୍ମ ସୁପରହିଟ୍ ହୋଇଛି ଏବଂ ଗୋଟିଏ ଫ୍ଲପ୍ ହୋଇଛି । ଏହାବ୍ୟତୀତ ନିକଟରେ ରିଲିଜ୍‌ ହୋଇଥିବା ଠଗ୍ ଲାଇଫ୍ ମଧ୍ୟ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଉନାହିଁ। ୪ ବର୍ଷରେ କମଲ ହାସନଙ୍କ ୪ ହାଇ ବଜେଟ୍‌ ଫିଲ୍ମ ବିଷୟରେ ଆସନ୍ତୁ ଜାଣିବା…

ଲିଷ୍ଟର ପ୍ରଥମରେ ରହିଛି ଫିଲ୍ମ ବିକ୍ରମ । ଏହି ଫିଲ୍ମର ବଜେଟ୍‌ ୧୨୦ କୋଟି । ଆଉ ରୋଜଗାର ହୋଇଛି ୪୩୦ କୋଟି । ସେହିପରି କଳ୍କି ୨୮୯୮ ଏଡି ଫିଲ୍ମରେ ଖର୍ଚ୍ଚ ହୋଇଥିଲା ୬୦୦ କୋଟି । ଏହା ବ୍ଲକ୍‌ବଷ୍ଟର ପ୍ରମାଣିତ ହୋଇଥିଲା । ଏହା ରୋଜଗାର କରିଛି ୧୦୪୨ କୋଟି । ଇଣ୍ଡିଆନ୍‌-୨ ଫିଲ୍ମରେ ଖର୍ଚ୍ଚ ହୋଇଥିଲା ୨୫୦ କୋଟି । କିନ୍ତୁ ଏହି ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିପାରିନଥିଲା । ଫିଲ୍ମଟି ମୋଟ ଉପରେ  ୧୫୧ କୋଟି ରୋଜଗାର କରିଛି । ତେବେ ନିକଟଅତୀତରେ ରିଲିଜ୍ ହୋଇଥିଲା ଫିଲ୍ମ ଠଗ୍ ଲାଇଫ୍ରେ ୨୦୦ କୋଟି ଖର୍ଚ୍ଚ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୭୦ କୋଟି ହିଁ ରୋଜଗାର କରିପାରିଛି । 

ଆଗକୁ କମଲ ହାସନଙ୍କ ୨ଟି ବଡ଼ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି । ସେ ଇଣ୍ଡିଆନ୍ ୩ ଫିଲ୍ମରେ ନଜର ଆସିବେ । ଏହାବ୍ୟତୀତ ସେ କଳକି ୨୮୯୮ ଏଡି ୨ର ମଧ୍ୟ ଅଂଶ ହେବେ । ଉଭୟ ଫିଲ୍ମରୁ ପ୍ରଶଂସକମାନେ ବହୁତ ଆଶା ରଖିଛନ୍ତି । ଏହା ମଧ୍ୟ କୁହାଯାଉଛି କି ଏହି ୨ଟି ଫିଲ୍ମ କମଲ ହାସନଙ୍କ କ୍ୟାରିଅରରେ ଏକ ବଡ଼ ଟର୍ଣ୍ଣିଙ୍ଗ୍‌ ପଏଣ୍ଟ ହୋଇପାରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.