LIVE TV

ତ୍ରିକୋଣୀୟ ପ୍ରେମରୁ ସର୍ବନାଶ, ମାଆ ସାମ୍ନାରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ

NEWS7
bgr

ବଲାଙ୍ଗୀର ୨୨।୦୯ : ମାଆ ସାମ୍ନାରେ ପୁଅକୁ ନିର୍ମମ ହତ୍ୟା ଘଟଣା । ମାମଲାର ପର୍ଦ୍ଦାଫାଶ କଲା ବଲାଙ୍ଗୀର ପୋଲିସ । ହତ୍ୟାର ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟାଉନ୍‌ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ବିଭୂତିପଡାର ବିନୀତ ସେନ୍ ଓ ଗେଟସରବରପଡାର ମଣ୍ଟୁ କରଣ I

ଅପରାଧିମାନେ ଖୋଲା ଚ୍ୟାଲେଞ୍ଜ ଦେଇ ମାଆ ସାମ୍ନାରେ ରାଜ ବେହେରାଙ୍କୁ ଖଣ୍ଡାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହା ପରେ ଫେରାର ମାରିଥିଲେ ଅଭିଯୁକ୍ତ । ପାର୍ବଣ ଆରମ୍ଭ ଦିନ ଦ୍ୱିପହରରେ ଗୋଡ଼ାଇ ଗୋଡ଼ାଇ ଘଟିଥିବା ହତ୍ୟାକାଣ୍ଡ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଅପରାଧୀଙ୍କୁ କିଛି ଘଣ୍ଟା ମଧ୍ୟରେ ଗିରଫ କରିଛି । ତ୍ରିକୋଣୀୟ ପ୍ରେମ ସଂପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ।

ତେବେ ମୁଖ୍ୟ ଅଭିଯୁକ୍ତ ବିନୀତି ଓ ମୃତ ରାଜ ବେହେରା ଉଭୟ ଗୋଟିଏ ଝିଅକୁ ଭଲ ପାଉଥିଲେ I ମୃତ ରାଜ ସହିତ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିବା ବେଳେ ଅଭିଯୁକ୍ତ ବିନୀତ ଏକପାଖିଆ ଯୁବତୀକୁ ଭଲ ପାଉଥିଲା I ଯୁବତୀକୁ ପାଇବା ପାଇଁ ଦୁଇ ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା I ଅଭିଯୁକ୍ତ ବିନୀତିକୁ ରାଜ ଆକ୍ରମଣ କରିଥିବା ବେଳେ ସେ ଦିନରୁ ରାଜକୁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍‌ କରିଥିଲା ବିନୀତ I ଖଦାଳପଡା କ୍ଲବ ନିକଟରେ ରାଜ ତାର ଜଣେ ସହଯୋଗୀଙ୍କ ସହ ଛିଡା ହୋଇଥିବା ବେଳେ ଖଣ୍ଡାରେ ଆତଙ୍କିତ ଆକ୍ରମଣ କରିଥିଲେ ଦୁଇ ଅଭିଯୁକ୍ତ I ଜୀବନ ବଞ୍ଚାଇବା  ପାଇଁ ରାଜ ଦୌଡ଼ି ଦୌଡ଼ି ଘରକୁ ଚାଲିଯାଇଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ଗୋଡାଇ ଗୋଡାଇ ହାଣିଥିଲା ବିନୀତ ଘର ଆଗରେ ମାଆ ସାମ୍ନାରେ ରାଜକୁ ଅତି ନିର୍ମମ ଭାବେ ହତ୍ଯା କରି ଫେରାର ମାରିଥିଲେ ଅଭିଯୁକ୍ତ I ମାଆର ଦଶାକାର୍ଯ୍ୟ ପରେ ଲଣ୍ଡା ହୋଇ ରାଜକୁ ହତ୍ୟା କରିବା ପାଇଁ ସାଙ୍ଗ ବିନୀତ ସହିତ ବାହାରିଥିଲା ଅନ୍ୟତମ ଅଭିଯୁକ୍ତ ମଣ୍ଟୁ I ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା I ପାର୍ବଣ ପୂର୍ବରୁ ବଲାଙ୍ଗୀର ସହର ରକ୍ତରଞ୍ଜିତ ହେବାପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଥିଲା I ପୋଲିସ ସମାଲୋଚନାର ଶିକାର ହେବା ପରେ ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦୁଇଟି ସ୍ଵତନ୍ତ୍ର ପୋଲିସ ଟିମ ଗଠନ କରାଯାଇଥିଲା I ଅଭିଯୁକ୍ତମାନଙ୍କୁ ପୋଲିସ କାବୁ କରି କୋର୍ଟଚାଲାଣ କରିଛି I ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ପ୍ରେମିକାକୁ ଥାନାକୁ ଡାକି ପଚରାଉଚୁରା ଚାଲିଥିବା ନେଇ ବଲାଙ୍ଗୀର ପୋଲିସ ସୂଚନା ଦେଇଛି I