ମୁମ୍ଵାଇ ୧୯।୦୩; କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ । ସୁନା ଚୋରା ଚାଲାଣ କରିବା ଘଟଣାରେ ଧରାପଡ଼ିବା ଦିନ ଠାରୁ ତାଙ୍କୁ ନେଇ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି।। ବର୍ତ୍ତମାନ ରାନ୍ୟା ଡିଆରଆଇର ହେପାଜତରେ ଅଛନ୍ତି। ଡିଆରଆଇ ସୁନା ଚୋରା ଚାଲାଣ ମାମଲାର ତଦନ୍ତ କରୁଛି। ଏହି କ୍ରମରେ ରାନ୍ୟାଙ୍କ ସ୍ବାମୀ ଜତିନ ହୁକ୍କେରିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଏହି ମାମଲାରେ ଜତିନ କହିଛନ୍ତି, ‘ସେ ରାନ୍ୟାଙ୍କୁ ନଭେମ୍ବରରେ ବିବାହ କରିଥିଲେ। କିନ୍ତୁ ଡିସେମ୍ବର ପରଠାରୁ ଉଭୟ ବ୍ୟକ୍ତିଗତ କାରଣରୁ ପରସ୍ପରଠାରୁ ଅଲଗା ହୋଇଥିଲେ। ତେଣୁ ମୋର କୋର୍ଟଙ୍କୁ ଏତିକି ଅନୁରୋଧ ମୋତେ ଗିରଫ କରନ୍ତୁ ନାହିଁ। ମୁଁ ରାନ୍ୟାଙ୍କ ମାମଲାରେ କୌଣସି ପ୍ରକାରରେ ଜଡ଼ିତ ନାହିଁ। କହିବାକୁ ଗଲେ ଗତ ଶୁଣାଣିରେ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜତିନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।
ରାନ୍ୟା ଆଇପିଏସ ରାମଚନ୍ଦ୍ର ରାଓଙ୍କ ଝିଅ ଏବଂ କନ୍ନଡ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ରାନ୍ୟା ଦୁବାଇରେ ନିଜର ନୂଆ ଘର କରିଥିଲେ। ଏଠାକାର ବାସସ୍ଥାନ ପରିଚୟ ପତ୍ର ମଧ୍ୟ ପାଇଥିଲେ, କିନ୍ତୁ କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ତାଙ୍କର ଇଚ୍ଛା ତାଙ୍କୁ ଅପରାଧ ବ୍ୟବସାୟ ଆଡ଼କୁ ଟାଣି ନେଇଥିଲା।