ନୂଆଦିଲ୍ଲୀ: ଟିଭିଏସ ମୋଟର କମ୍ପାନୀ ଏହାର ଲୋକପ୍ରିୟ ସ୍କୁଟର ଜୁପିଟର 125cc ସଂସ୍କରଣର ଏକ ନୂଆ ଭ୍ୟାରିଏଣ୍ଟ ଲଞ୍ଚ କରିଛି। ଯାହାର ନାଁ ରଖାଯାଇଛି ଜୁପିଟର 125 ଡୁଆଲ ଟୋନ୍ ସ୍ମାର୍ଟକ୍ସୋନେକ୍ଟ (SXC)। ଏହିସ୍କୁଟର ଏକ୍ସ-ଶୋରୁମ୍ ମୂଲ୍ୟ ୮୮,୯୨୪ ଟଙ୍କା ରଖାଯାଇଛି।ଏହି ସ୍କୁଟରର ସ୍ମାର୍ଟକ୍ସୋନେକ୍ଟ ଉପରେ ଆଧାରିତ। ଏହି ସ୍କୁଟରରେ ଆଉ କଣ ସବୁ ନୂଆ ରହିଛି ଆସନ୍ତୁ ଜାଣିବା।
ଜୁପିଟର 125 ଡୁଆଲ ଟୋନ୍ ସ୍ମାର୍ଟକ୍ସୋନେକ୍ଟରେ ଦୁଇଟି କଲର ଅପସନ ସହ ଲଞ୍ଚ ହୋଇଛି। ଗୋଟିଏ ଆଇଭରି- ବ୍ରାଉନ୍ ଓ ଅନ୍ୟଟି ଆଇଭରି ଗ୍ରେ । ଏଥିସହିତ ନୂଆ ଡିଜାଇନ୍ର ସିଟ୍, ଏଲ୍ଇଡି ହେଡଲ୍ୟାମ୍ପ ଏବଂ ଡାଇମଣ୍ଡ-କଟ୍ ଆଲୋଏ ହ୍ୱିଲ୍ ଭଳି ଅନ୍ୟାନ୍ୟ ଡିଜାଇନ୍ ରହିଛି। ଅଛି ଯାହା ଉପରେ ଏହା ଆଧାରିତ ଭାରିଆଣ୍ଟରେ ଉପଲବ୍ଧ। ଏଥିରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ ରିଭର୍ସ LCD କ୍ଲଷ୍ଟର ଅଛି ଯାହା କଲ୍ ଏବଂ SMS ଆଲର୍ଟ, ରିଅଲ୍-ଟାଇମ୍ ଏବଂ ହାରାହାରି ଇନ୍ଧନ ଦକ୍ଷତା ସୂଚକ, କମ୍ ଇନ୍ଧନ ଚେତାବନୀ, ଟ୍ରିପ୍ ମିଟର ଏବଂ ଅନ୍ୟାନ୍ୟ ପ୍ରଦର୍ଶିତ କରିପାରିବ।
ତେବେ ମେକାନିକାଲି ଦେଖିବାକୁ ଗଲେ ନୂଆ ଭ୍ୟାରିଏଣ୍ଟ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବ ଭ୍ୟାରିଏଣ୍ଟ ପରି ଏଥିରେ ବି ସମାନ ୧୨୪.୮ ସିସି ସିଙ୍ଗଲ୍-ସିଲିଣ୍ଡର ଇଞ୍ଜିନ୍ ରହିଛି, ଯାହା ୬,୫୦୦ଆରଏମ୍ପି ରେ ୮.୫ ବିଏଚପି ଓ ୪,୫୦୦ ଆରଏମପିରେ ୧୧.୧ଏନ୍ମା ପାୱାର ଦେବ। ସସପେନସନ ସେଟଅପ୍ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି। ଆଗ ଭାଗରେ ଏକ ଟେଲିସ୍କୋପିକ୍ ଫର୍କ ଏବଂ ପଛ ଭାଗରେ ଟ୍ୱିନ ସକ୍ ଅବଜର୍ବର ରହିଛି। ଏହି ସ୍କୁଟରଟି ଓଜନ ୧୦୮ କିଲୋଗ୍ରାମ ଏବଂ ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୧୬୩ ମିମି ରହିଛି। ୩୩-ଲିଟର ଅଣ୍ଡର-ସିଟ୍ ଷ୍ଟୋରେଜ୍, ଫ୍ରଣ୍ଟ ଫୁଏଲ୍-ଫିଲ୍ ଏବଂ ଏକ ୨-ଲିଟର ଫ୍ରଣ୍ଟ ଓପନ୍ ଗ୍ଲୋଭ୍ ବକ୍ସ ରହିଛି।