ଆନ୍ଧ୍ରପ୍ରଦେଶରୁ ଏମ୍‌ପିଭି-୬୫ ଗାଁକୁ ଚାଲାଣ ହେଉଥିଲା କଇଁଛ, ୩ ଅଭିଯୁକ୍ତ କୋର୍ଟ ଚାଲାଣ

Published By : Prameya-News7 Bureau | August 06, 2025 IST

କାଲିମେଳା ୬।୮: ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବୋଲେରୋ ଗାଡିରୁ ୧୦୭୮ କଇଁଛ ଜବତ ହୋଇଛି । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମୋଟୁ ବନ ବିଭାଗ । 

ସୂଚନାଯୋଗ୍ୟ ଯେ, ମାଲକାନଗିରି ବନ ଅଧିକାରୀ ସାଇ କିରଣ ଡ଼ି ଏନ ବିଶେଷ ସୂତ୍ରରୁ ଖବର ପାଇ ମୋଟୁ ବନ ବିଭାଗର ଏକ ଟିମ୍‌କୁ ୨ ଭାଗ କରି ଗୋଟିଏ ଟିମ୍‌କୁ ଛତିଶଗଡ କୋଣ୍ଟା ବ୍ରିଜ ଏବଂ ଅନ୍ୟ ଏକ ଟିମ୍‌କୁ ମୋଟୁ ବ୍ରିଜ ନିକଟରେ ପାଟ୍ରୋଲିଂ ନିର୍ଦ୍ଦେଶ ଦେଇଥିଲେ । କଇଁଛ ଗାଡିକୁ ଧରିବା ପାଇଁ ୬ଟି ଟିମ୍  ଗଠନ କରି ସଜାଗ ରହିଥିଲେ l ମୋଟୁ ମୁଖ୍ୟ ବନପାଳ ମୁରଲୀଧର ଅନୁଗୁଳିଆ କୋଣ୍ଟା ବ୍ରିଜ ଉପରେ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ଗାଡିଟିକୁ ସନ୍ଦେହରେ ଅଟକାଇଥିଲେ । ପରେ ଯାଞ୍ଚ କରିବାରୁ ଉକ୍ତ ଗାଡ଼ିରେ ଶହ ଶହ କଇଁଛ ବେଆଇନ ଭାବେ ଚାଲାଣ ହେଉଥିବା ଦେଖି ଉକ୍ତ ଗାଡି ଏବଂ ସେଥିରେ ଥିବା ଚାଲାଣକାରୀ ମାନଙ୍କୁ ଗିରଫ କରି କାର୍ଯ୍ୟାଳୟକୁ ଆଣିଥିଲେ । ପାଖାପାଖି ୧୦୭୮ କଇଁଛ ଜବତ କରାଯାଇଥିବା ବେଳେ ସେଥିରୁ ୯୧୦ଟି ଜୀବନ୍ତ କଇଁଛ ଏବଂ ୧୬୮ଟି ମୃତ କଇଁଛ ରହିଥିଲା । ଏହାସହ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପଡୋଶୀ ଛତିଶଗଡ଼ ସୁକମା ଜିଲ୍ଲା ଅନ୍ତର୍ଗତ ଦରନାପାଲ ଅଞ୍ଚଳର ଯୁଗଳ ଚନ୍ଦ୍ର ଦେ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଏମଭି-୭୯ ଥାନା ଅନ୍ତର୍ଗତ ସୁକୁମାର ତରଫଦାର ଏବଂ ବିଶ୍ୱନାଥ ମଣ୍ଡଳ ବୋଲି ଜଣାପଡିଛି । ତେବେ ସେମାନେ ଏହି କଇଁଛ ଗୁଡିକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଏମଭି-୭୯ ଥାନା ଅନ୍ତର୍ଗତ ଏମପିଭି-୬୫ ଗ୍ରାମକୁ ଖାଇବା ଏବଂ ବିକ୍ରୟ ଉଦ୍ଦେଶ୍ୟରେ ଚାଲାଣ କରୁଥିବା ମୋଟୁ ବନ ବିଭାଗ ସୂଚନା ଦେଇଛି ।

You Can Read:

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା : ଅନ୍ୟତମ ମୁଖ୍ୟ ସାକ୍ଷୀ ତତ୍କାଳୀନ ବ୍ରଜରାଜନଗର IICଙ୍କ ସାକ୍ଷ୍ୟ ଗ୍ରହଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.