ଦିଶାଙ୍କ ଡେଟିଂକୁ ନେଇ ମୁହଁ ଖୋଲିଲେ ତଲୱିନ୍ଦର, କହିଲେ-'ମୁଁ ଭଲପାଉଛି ହେଲେ...'

NEWS7
tu-jhooti-main-makkaar-box-office-collection-enter-100-crores

ମୁମ୍ଵାଇ ୦୬।୦୨; ପଞ୍ଜାବୀ ଗାୟକ ତଲବିନ୍ଦର ସିଂ ସିଦ୍ଧୁ। ଯାହାଙ୍କୁ କେବଳ ତଲୱିନ୍ଦର ନାମରେ ଜଣାଶୁଣା। ଅଭିନେତା ଦିଶା ପଟାନିଙ୍କ ସହ ତାଙ୍କ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ଚର୍ଚ୍ଚାର ବିଷୟ ହୋଇଥିବା କପଲ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନ ଏବଂ ଷ୍ଟେବିନ ବେନଙ୍କ ବିବାହରେ ଯୋଗ ଦେଇ ଲାଇମ୍ ଲାଇଟକୁ ଆସିଥିଲେ । ବିବାହ ସମୟରେ ଏହି କପଲଙ୍କୁ ଏକାଠି ଏକ କାରରେ ଯାଉଥିବାର ଦେଖାଯାଇଥିଲା । ସେବେଠାରୁ ସେମାନେ ଡେଟିଂ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବର୍ତ୍ତମାନ ଦିଶାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ତଲୱିନ୍ଦର ମୁହଁ ଖୋଲିଛନ୍ତି ।

ଏକ ସାକ୍ଷାତକାରରେ ଗାୟକଙ୍କୁ ଦିଶାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପଚରାଯାଇଥିଲା । ପ୍ରଶ୍ନ ଥିଲା, "ତୁମେ ଦିଶାଙ୍କ ସହ ସମ୍ପର୍କରେ ଅଛ କି ନାହିଁ ?" ତଲୱିନ୍ଦର ଉତ୍ତର ଦେଇଥିଲେ, "ଆମେ ବିବାହ ପୂର୍ବରୁ କେବଳ ପରସ୍ପରକୁ ଜାଣିଥିଲୁ । ଏହି ସମସ୍ତ ଧ୍ୟାନ ଆମ ପାଇଁ ଅପ୍ରତ୍ୟାଶିତ ଥିଲା । ଆମେ ଚାପ କିମ୍ବା ଗୁଜବର ବଶବର୍ତ୍ତୀ ହେବାକୁ ଚାହୁଁନାହୁଁ । ଆମେ ଏବେ ବି ନିଜକୁ ବୁଝିବାକୁ ଚେଷ୍ଟା କରୁଛୁ। ମୁଁ ଏହାକୁ ଏତିକିରେ ଛାଡି ଦେବାକୁ ଚାହେଁ କାରଣ ଯଦି ସେମାନେ ଗୁଜବ ପ୍ରସାର କରିବାକୁ ଚେଷ୍ଟା କରନ୍ତି। ତେବେ ମୁଁ ସେମାନଙ୍କୁ ଗୁଜବ ହେବାକୁ ଦେବି ।

ଅଧିକ ପଢନ୍ତୁ- ସଂସଦରେ ଏକାଠି ନଜର ଆସିଲେ ଚିରାଗ-କଙ୍ଗନା, ପୁରୁଣା କେମେଷ୍ଟ୍ରି ଦେଖି ଫ୍ୟାନ୍ସ ହେଉଛନ୍ତି ଖୁସି…

ଯେତେବେଳେ ପଚରାଗଲା ଯେ ସେ ଏବେ ପ୍ରେମ ଏବଂ ସମ୍ପର୍କ ବିଷୟରେ ଚିନ୍ତା କରନ୍ତି କି, ଗାୟକ ଉତ୍ତର ଦେଇଥିଲେ, "ମୁଁ ପ୍ରତିଦିନ ପ୍ରେମରେ ପଡ଼ୁଛି, ମୁଁ ଏବେ ବି ପଡ଼ୁଛି।" ଯଦିଓ ସେ ସ୍ପଷ୍ଟ ଭାବରେ ଦିଶାଙ୍କ ନାମ ନେଇ ନଥିଲେ, ତାଙ୍କ ବୟାନ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବିଷୟରେ କଳ୍ପନାଜଳ୍ପନାକୁ ଆହୁରି ତ୍ୱରାନ୍ୱିତ କରିଛି ।

ଅଧିକ ପଢନ୍ତୁ- ଜୀବନ ସାଥୀ ପାଇଲେ କି ଏଲଭିଶ ଯାଦବ ? ଏହି ଅଭିନେତ୍ରୀଙ୍କ ସହ ସରିଲା ନିର୍ବନ୍ଧ !