ପୁଟିନଙ୍କ ସହ ସାକ୍ଷାତ ପୂର୍ବରୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ପରିଣାମ ଭୋଗିବ ରୁଷ

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ: ଆମେରିକାର ଆଲାସ୍କାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭୋଟଘାଟ ହେବ। ଅଗଷ୍ଟ ୧୫ ତାରିଖରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସାକ୍ଷାତ ସମୟରେ ୟୁକ୍ରେନ ଯୁଦ୍ଧ ଉପରେ ଆଲୋଚନା ହୋଇପାରେ। କିନ୍ତୁ ବୈଠକ ପୂର୍ବରୁ ପୁଣି ଥରେ ରୁଷକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ଯେ ଯଦି ପୁଟିନ ଏହି ବୈଠକରେ ଯୁଦ୍ଧବିରତି ପାଇଁ ରାଜି ନ ହୁଅନ୍ତି, ତେବେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। 

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିତୀୟ ସାକ୍ଷାତ ହେବାର ସମ୍ଭାବନା ଅଛି, ଯେଉଁଥିରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ମଧ୍ୟ ସାମିଲ ହୋଇପାରନ୍ତି। ଟ୍ରମ୍ପ-ପୁଟିନ ବୈଠକ ପୂର୍ବରୁ, ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ୟୁରୋପୀୟ ନେତା ଏବଂ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି। ଆଲୋଚନା ପରେ, ଜେଲେନ୍ସକି କହିଛନ୍ତି ଯେ ଆମେରିକା ଆମକୁ ସମର୍ଥନ କରିବାକୁ ପ୍ରସ୍ତୁତ ଏବଂ 'ପ୍ରତାରଣା' ଯେପରି ନହୁଏ। 

ପୁଟିନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ପୂର୍ବରୁ ୟୁରୋପୀୟ ଦେଶଗୁଡ଼ିକ ଖୋଲାଖୋଲି ଭାବରେ ଜେଲେନସ୍କିଙ୍କୁ ସମର୍ଥନ କରିବାକୁ ଆଗକୁ ଆସିଛନ୍ତି। ଜର୍ମାନ ଚାନ୍ସେଲର ମର୍ଜ କହିଛନ୍ତି ଯେ ପ୍ରାଥମିକତା ହେଉଛି ଯୁଦ୍ଧବିରତି ସୁନିଶ୍ଚିତ କରିବା। ଯଦି ରୁଷ ରାଜି ନହୁଏ, ତେବେ ୟୁକ୍ରେନର ସହଯୋଗୀମାନେ ଏହା ଉପରେ ଚାପ ବୃଦ୍ଧି କରିବା ଉଚିତ।

ସେହି ସମୟରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର ୟୁକ୍ରେନକୁ ସମର୍ଥନ ଦେଇଥିଲେ ଏବଂ ପୁଟିନଙ୍କୁ ଆଲୋଚନା ଟେବୁଲକୁ ଆଣିବା ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ। ଯଦିଓ ଟ୍ରମ୍ପଙ୍କ ସହ ପୁଟିନଙ୍କ ଏହି ବୈଠକରୁ ସମଗ୍ର ବିଶ୍ୱ ସକାରାତ୍ମକ ଆଶା ରଖିଛି। କିନ୍ତୁ ଯୁଦ୍ଧବିରତିର ସର୍ତ୍ତ କ'ଣ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପୁଟିନ ଯୁଦ୍ଧବିରତି ବଦଳରେ ରୁଷର କିଛି ଅଞ୍ଚଳ ଦାବି କରିପାରନ୍ତି, ଯେତେବେଳେ ୟୁକ୍ରେନ ରାଷ୍ଟ୍ରପତି ତାଙ୍କ ଦେଶର ଏକ ଇଞ୍ଚେ ଭୂମି ହସ୍ତାନ୍ତର କରିବାର ଧାରଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.