ନିର୍ଧୁମ ପିଟିଲେ, ପରେ ବିଷ ପିଇବାକୁ ବାଧ୍ୟ କଲେ; ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା

NEWS7
trump-shows-putin-red-eye-after-clash-with-zelensky

ଢାକା: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଥମିବା ପରିବର୍ତ୍ତେ ବଢ଼ିଚାଲିଛି । ଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗୁରୁବାର (ଜାନୁଆରୀ ୮ , ୨୦୨୬) ସୁନମଗଞ୍ଜ ଜିଲ୍ଲାରେ ଜୟ ମହାପାତ୍ରଙ୍କ ଜୀବନ ଯାଇଛି । ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିଲେ ଏବଂ ପରେ ବିଷ ପିବାକୁ ବାଧ୍ୟ କରିଥିଲେ।

୧୯ ବର୍ଷୀୟ ଜୟ ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ସିଲହଟ ଏମଏଜି ଓସମାନି ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ବାଂଲାଦେଶର ନରସିଙ୍ଗଡି ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯିବାର କିଛି ଦିନ ପରେ ଏହି ଘଟଣା ଘଟିଛି। ମଙ୍ଗଳବାର (୬ ଜାନୁଆରୀ, ୨୦୨୬) ଦିନ ପଲାଶ ଉପଜିଲ୍ଲାର ଚରସିନ୍ଧୁର ବଜାର ଅଞ୍ଚଳରେ ୪୦ ବର୍ଷୀୟ ମୋନୀ ଚକ୍ରବର୍ତ୍ତୀଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିଲା।

ସେହିପରି ମୋନୀ ଚକ୍ରବର୍ତ୍ତୀଙ୍କ ହତ୍ୟାର କିଛି ଘଣ୍ଟା ପୂର୍ବରୁ, ବାଂଲାଦେଶର ଜେସୋର ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟବସାୟୀ ଏବଂ ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକଙ୍କୁ ଗୁଳି କରି ହତ୍ୟା କରିଯାଇଇଛି। ସେହିଭଳି କେଶବପୁର ଉପଜିଲ୍ଲାର ଜଣେ ସ୍କୁଲ ଶିକ୍ଷକଙ୍କ ପୁଅ ପ୍ରତାପଙ୍କୁ ସୋମବାର ସନ୍ଧ୍ୟାରେ ଗୁଳି କରି ହତ୍ୟା କରାଯାଇଛି ।

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ହତ୍ୟା ଗତ ମାସ ଡିସେମ୍ବର ୧୮, ୨୦୨୫ରେ ଆରମ୍ଭ ହୋଇଥିଲା । ସେହିଦିନ ଦେଶର ମୈମନସିଂ ଜିଲ୍ଲାରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଇସଲାମ ମୌଳବାଦୀମାନେ ପିଟି ପିଟି ହତ୍ୟା କରିଥିଲେ ଏବଂ ପରେ ତାଙ୍କ ମୃତଦେହକୁ ଗଛରେ ଝୁଲାଇ ନିଆଁ ଲଗାଇ ଦେଇଥିଲେ । ଜଣେ ୫୦ ବର୍ଷୀୟ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ପରେ ତାଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା । ତିନି ଦିନ ପରେ ସେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ।