ଟ୍ରମ୍ପଙ୍କୁ ମିଳିଲା ନୂଆ ନାଁ TACO, କିଏ ଦେଲା ଓ କ'ଣ ଏହାର ଅର୍ଥ ?

Published By : Prameya-News7 Bureau | May 30, 2025 IST

ନୂଆଦିଲ୍ଲୀ ୩୦।୦୫; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କୁ ନେଇ ନିକଟରେ ଏକ ବାଣିଜ୍ୟିକ ଶଦ୍ଦ ‘ଟାକୋ’ ପ୍ରଦାନ କରାଯାଇଛି । ଏହାର ଅର୍ଥ ଟ୍ରମ୍ପ ଅଲଓ୍ବେଜ ଚିକେନ୍ ଆଉଟ। ଏହାର ଅର୍ଥ ଟ୍ରମ୍ପ ସବୁବେଳେ ପଛଘୁଞ୍ଚା ଦିଅନ୍ତି । ଯେତେବେଳେ ବାରମ୍ବାର ଟ୍ରମ୍ପ ଶୁଳ୍କ ନିଷ୍ପତ୍ତି ନିବେଶକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରୁଥିଲା ସେତେବେଳେ ଓ୍ବାଲ ଷ୍ଟ୍ରିଟରେ ଏହି ଶଦ୍ଦ ପ୍ରଚଳିତ ହୋଇଥିଲା । ଏବେ ବ୍ୟବସାୟୀ ଓ ନିବେଶକ ବିଶ୍ବାସ କରୁଛନ୍ତି କି, ଟ୍ରମ୍ପ ଯେତେ କଠୋର ପଦକ୍ଷେପ ନେବାକୁ ଧମକ ଦେଲେ ମଧ୍ୟ ଶେଷରେ ସେ ହଟିଯାଆନ୍ତି।

ଏହି ଶଦ୍ଦଟି ଏହି ସମୟରେ ଆରମ୍ଭ ହୋଇଥିଲା, ଯେତେବଳେ ଟ୍ରମ୍ପ ଚୀନ ଓ ୟୁରୋପୀୟ ସଂଘକୁ ଶୁଳ୍କ  ଲଗାଇବାକୁ ଧମକ ଦେଇଥିଲେ। ଆଉ ପରେ ନିଜ କଥାରୁ ଓହରିଯାଇଥିଲେ। ଉଦାହାରଣ ସ୍ବରୁପ, ପ୍ରଥମେ ଟ୍ରମ୍ପ ଚୀନ ଠାରୁ ଆମଦାନୀ ହେଉଥିବା ଜିନିଷ ଉପରେ ୧୪୫ ପ୍ରତିଶତ ଶୁଳ୍କ ଘଷାଷଣା କରିଥିଲା । ପରେ ୧୦୦ ପ୍ରତିଶତ ଓ ୩୦ ପ୍ରତିଶତକୁ ହ୍ରାସ କରାଯାଇଥିଲା । ସେହିପରି, ସେ ଜୁନ୍ ୧ ତାରିଖରୁ EU ଉତ୍ପାଦଗୁଡ଼ିକ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ବିଷୟରେ କହିଥିଲେ, ଯାହା ସେୟାର ବଜାରକୁ କ୍ରାସ୍ କରିଥିଲା। କିନ୍ତୁ ଦୁଇ ଦିନ ପରେ, ଟ୍ରମ୍ପ ୟୁ-ଟର୍ଣ୍ଣ ନେଇ ଘୋଷଣା କଲେ ଯେ ସେ ଜୁଲାଇ ୯ ପର୍ଯ୍ୟନ୍ତ ଅପେକ୍ଷା କରିବେ କାରଣ EU ସହିତ ଆଲୋଚନା ସକାରାତ୍ମକ ଦିଗରେ ଗତି କରୁଛି।

ଯେତେବେଳେ ଜଣେ ସାମ୍ବାଦିକ ଟ୍ରମ୍ପଙ୍କୁ ‘ଟାକୋ’ ଶବ୍ଦ ଉପରେ ମତାମତ ଦେବାକୁ ପଚାରିଲେ, ସେ କହିଲେ, ‘ମୁଁ ଭୁଲ୍ କହୁଛି? ଓଃ, ମୁଁ ଏହା ବିଷୟରେ କେବେ ଶୁଣିନାହିଁ। ତୁମେ ଏହା କହୁଛ କାରଣ ମୁଁ ଶୁଳ୍କ ହ୍ରାସ କରିଛି, ସେଥିପାଇଁ ମୋର ଏହି ନାମ ହୋଇଛି?’ ଟ୍ରମ୍ପ ଏହାକୁ ‘ରଣନୈତିକ ଆଲୋଚନା’ ବୋଲି କହିଛନ୍ତି  । ଏହା ପ୍ରଥମ ଥର ନୁହେଁ ଯେ ଟ୍ରମ୍ପ ଏହା କରିଛନ୍ତି। ୨ ଏପ୍ରିଲରେ, ସେ ଡଜନେ ଦେଶ ଉପରେ ବ୍ୟାପକ ଶୁଳ୍କ ଘୋଷଣା କରିଥିଲେ, ଯାହା ୯ ଏପ୍ରିଲରୁ କାର୍ଯ୍ୟକାରୀ ହେବାକୁ ଥିଲା। କିନ୍ତୁ ଏହା କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପରେ, ସେ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶ ପାଇଁ ୯୦ ଦିନର ଅବଧି ବୃଦ୍ଧି କରିଥିଲେ। ଏହାର କାରଣ ଷ୍ଟକ୍ ବଜାରରେ ହ୍ରାସ ବୋଲି କୁହାଯାଉଥିବା ବେଳେ ସ୍ଥଗିତ ଘୋଷଣା ପରେ, S&P ୫୦୦ ସୂଚକାଙ୍କ ୨୦୦୮ ପରଠାରୁ ସବୁଠାରୁ ବଡ଼ ବୃଦ୍ଧି ରେକର୍ଡ କରିଛି। ଏହି ସମ୍ପୂର୍ଣ୍ଣ ଘଟଣାଟି ୱାଲ ଷ୍ଟ୍ରିଟରେ ଏକ ନୂତନ ବୁଝାମଣା ସୃଷ୍ଟି କରିଛି । ଟ୍ରମ୍ପଙ୍କ ଧମକ ପ୍ରତି ଅତି ଶୀଘ୍ର ପ୍ରତିକ୍ରିୟା ଦେବା ପରିବର୍ତ୍ତେ, ଅପେକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ, କାରଣ ସେ ଶେଷରେ ଚିକେନ ଆଉଟ କରିଯିବେ । ଏହି ଚିନ୍ତାଧାରା ଆଜି ‘ଟାକୋ’କୁ ୱାଲ ଷ୍ଟ୍ରିଟର ନୂତନ ରଣନୀତି କରୁଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.