ସିନେମା ଉପରେ ଟ୍ରମ୍ପଙ୍କ ଟାରିଫ୍ ଷ୍ଟ୍ରାଇକ୍, ଆମେରିକା ବାହାରେ ନିର୍ମିତ ଫିଲ୍ମ ଉପରେ ୧୦୦% ଟିକସ ଲାଗୁ

Published By : Prameya-News7 Bureau | May 05, 2025 IST

ନୂଆଦିଲ୍ଲୀ ୦୫/୦୫: ଆମେରିକାର ଫିଲ୍ମ ଶିଳ୍ପରେ ପଡିବାକୁ ଯାଉଛି ମରୁଛି । ରାଷ୍ଟ୍ରପତି ଟ୍ରମ୍ପ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବିଦେଶରେ ନିର୍ମିତ ଚଳଚ୍ଚିତ୍ର ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି। ଏପରି ନିଷ୍ପତ୍ତି ନେବା ପଛର କାରଣ ହେଉଛି, ଏହି ପଦକ୍ଷେପ ଅନ୍ୟ ଦେଶ ଯୋଗୁଁ ପ୍ରଭାବିତ ହେଉଥିବା ଆମେରିକୀୟ ଫିଲ୍ମ ଶିଳ୍ପକୁ ରକ୍ଷା କରିବ। ତଥାପି, ଚଳଚ୍ଚିତ୍ର ନିର୍ମାତାମାନେ ଏହି ନିଷ୍ପତ୍ତିକୁ ନେଇ ଚିନ୍ତିତ ଏବଂ କହିଛନ୍ତି ଯେ ଏହା ଆର୍ଥିକ କ୍ଷତି କରିବ। ଟ୍ରମ୍ପଙ୍କ ଏହି ଘୋଷଣା ପରେ, ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ବହୁତ କ୍ରୋଧିତ ଓ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି । ଟ୍ରମ୍ପଙ୍କ ନିଷ୍ପତ୍ତି ପଛରେ ଥିବା ବିଶ୍ୱାସ ହେଉଛି ଯେ ଅନେକ ଦେଶ ଚଳଚ୍ଚିତ୍ର ସୁଟିଂ ପାଇଁ ଅନୁମତି ଦେଉଛନ୍ତି । ଯାହା ଯୋଗୁଁ ଆମେରିକୀୟ ଚଳଚ୍ଚିତ୍ର ଶିଳ୍ପ ଦ୍ରୁତ ଗତିରେ ହ୍ରାସ ପାଉଛି। ଏହି କାରଣରୁ ଏହାକୁ ପୁଣିଥରେ ଟ୍ରାକକୁ ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। 

ତଥାପି, ଏହି ଶୁଳ୍କ ଚଳଚ୍ଚିତ୍ର ପ୍ରଯୋଜନା କମ୍ପାନୀ ଉପରେ ଲାଗୁ ହେବ କି ନା ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଟ୍ରମ୍ପ ଏହା ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ପରେ, ଚଳଚ୍ଚିତ୍ର ନିର୍ମାତାମାନେ କ୍ଷୁବ୍ଧ ହୋଇ କହିଛନ୍ତି ଯେ ଏହା କରିବା ଦ୍ୱାରା ଆମର ବ୍ୟବସାୟ ଶେଷ ହୋଇଯିବ। ଆମର ପାଇବା ଅପେକ୍ଷା ହରାଇବାକୁ ବହୁତ କିଛି ଅଛି। ତେଣୁ, ଯେକୌଣସି ନିଷ୍ପତ୍ତି ନିଆଯାଉ ତାହା ଭାବିଚିନ୍ତି ନିଆଯିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.