ଆମ୍ବୁଲାନ୍ସକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | June 15, 2025 IST

ରାୟଗଡ଼ା ୧୫।୬: ରାୟଗଡ଼ା ଜିଲ୍ଲା ଟିକିର ଥାନା ସ୍ଥିତ ସର୍ଗିଗୁଡା ନିକଟରେ ଆମ୍ବୁଲାନ୍ସକୁ ପଛପଟୁ ଧକ୍କାଦେଲା ଟ୍ରକ୍ । ଫଳରେ ଆମ୍ବୁଲାନ୍ସଟି ରାସ୍ତା କଡରେ ଥିବା ଏକ ଗଛରେ ପିଟିହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ନେଇ ସୂଚନା ମିଳିଛି । 

ସୂଚନାଯୋଗ୍ୟ ଯେ, ଆମ୍ବୁଲାନ୍ସଟି ରାୟଗଡ଼ା ଜିଲ୍ଲାରୁ କାଶୀପୁର ବ୍ଲକ୍‌କୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଟିକିରି ଥାନା ଅଧିକାରୀ ପହଞ୍ଚି ଟ୍ରକ୍‌ଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

You Can Read:

ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ, ନ୍ୟାୟ ପାଇଁ ପୋଲିସ ଗୋଡ ତଳେ ଗଡ଼ିଲେ ପରିବାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.