ନୂଆଦିଲ୍ଲୀ ୧୪।୦୭; ଆନ୍ଧ୍ରପ୍ରଦେଶରେ ବଡ ଦୁର୍ଘଟଣା । ଅନ୍ନମୟା ଜିଲାରେ ଓଲଟିଲାଆମ୍ବ ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ୧୧ ଜଣ ଆହତ ହୋଇଛନ୍ତି। କଡପା ସହରରୁ ପ୍ରାୟ ୬୦ କିଲୋମିଟର ଦୂର ପୁଲମପେଟା ମଣ୍ଡଳର ରେଡ୍ଡି ଚେରୁଭୁ କଟ୍ଟାରେ ରବିବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି।
ପୋଲିସର ସୂଚନା ଅନୁଯାୟୀ, ରବିବାର ରାତିରେ ଜିଲ୍ଲାର ପୁଲମପେଟା ମଣ୍ଡଳର ରେଡ୍ଡିଚେରୁଭୁ କଟ୍ଟା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟି ଆମ୍ବରେ ବୋଝେଇ ହୋଇଥିଲା। ଲୋକମାନେ ଆମ୍ବ ବସ୍ତା ଉପରେ ମଧ୍ୟ ବସିଥିଲେ। ଏହି ଟ୍ରକ୍ ରେ ୨୦ ରୁ ଅଧିକ ଲୋକ ଥିଲେ। ବାଲିରେ ଟ୍ରକର ଚକ ଫସିଯାଇଥିଲା ବାହାର କଲା ବେଳେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଯାହା ଫଳରେ ଲୋକମାନେ ମାନେ ଚାପି ହୋଇଯାଇଥିଲେ।
ଦୁର୍ଘଟଣାରେ ୫ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି। ଆହତମାନଙ୍କୁ ରାଜମପେଟର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ କଡପାସ୍ଥିତ RIMS ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ହିଁ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।