କଟକ ୨୮।୫: ପାଟ୍ରୋଲିଂ ବେଳେ ଧରାପଡିଲା ବେଆଇନ କାରବାର । ମଙ୍ଗଳବାର ବିଳମ୍ବିତ ରାତିରେ ଟମକା ଏବଂ ସୁକିନ୍ଦା ବନଖଣ୍ଡ ରେଞ୍ଜର ମିଳିତ ପାଟ୍ରୋଲିଂ ଚାଲିଥିବା ବେଳେ ଯାଜପୁର ଜିଲ୍ଲା କାଳିଆପାଣି ପରିତ୍ୟକ୍ତ ଖଣି ଅଞ୍ଚଳରେ ଧରାପଡ଼ିଛି ବେଆଇନ କ୍ରୋମାଇଟ ଚାଲାଣ କରୁଥିବା ଟ୍ରକ୍ । କଟକ ବନ ବିଭାଗ ଏହି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛି । ଏକ ଜେସିବି ଏବଂ ଗୋଟିଏ କ୍ରୋମାଇଟ୍ ବୋଝେଇ ହାଇୱା ଟ୍ରକ୍ ଜବତ କରିଛି ବନ ବିଭାଗ । କଟକ ଡିଏଫଓଙ୍କ ନେତୃତ୍ଵରେ ଚଢ଼ାଉ କରିଥିଲା ଏହି ଟିମ୍ । ତେବେ ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇ ଯାଇଥିବା ଜଣାପଡିଛି । ଜବତ କ୍ରୋମାଇଟ୍ ସହିତ ଗାଡିର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ପାଖାପାଖି ହେବ ବୋଲି ସୂଚନା ମିଳିଛି ।
ସଂଘର୍ଷରେ କ୍ଷତି...ସିଡିଏସଙ୍କ ବୟାନ ପରେ ସଂସଦର ସ୍ୱତ...
